ବ୍ରହ୍ମଗିରିରେ ପ୍ରାକ୍‌ ନିର୍ବାଚନୀ ହିଂସା

ବ୍ରହ୍ମଗିରି: ବ୍ରହ୍ମଗିରିରେ ପ୍ରାକ୍‌ ନିର୍ବାଚନୀ ହିଂସା । ଦୁଇ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର ହୋଇଥିବା ସୂଚନା । ବ୍ରହ୍ମଗିରି ବ୍ଳକ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ସଂଘର୍ଷ । ସମସ୍ତ ଗୁରୁତର ଗୋଟିଏ ଦଳର ହୋଇଥିବା ସୂଚନା ମିଳିଛି ।

ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଆଜି ସକାଳୁ ରାଜନୈତିକ କଥାକୁ କେନ୍ଦ୍ର କରି ଉଭୟ ଦଦଳ ମଧ୍ୟରେ ମାରପିଟ୍‌ ହୋଇ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ସେପଟ ଗାଁରେ ପୋଲିସ୍‌ ମୂତୟନ ଥିବା ବେଳେ ଗୁରୁତର ୬ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ୍‌ । ଘଟଣାସ୍ଥଳକୁ ବ୍ୟାପକ ପୋଲିସ ମୂତୟନ ପାଇଁ ବ୍ୟବସ୍ଥା କରାଯାଉଥିବା ବ୍ରହ୍ମଗିରି ଆଇଆଇସି ମନୋଜ କୁମାର ଶତପଥୀ କହିଛନ୍ତି ।

nis-ad
Leave A Reply

Your email address will not be published.