ଭିଜିଲାନ୍ସ ପଞ୍ଝାରେ ଜଙ୍ଗଲବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା

ଫୁଲବାଣୀ/ବାଲିଗୁଡ଼ା (୧୦/୨) : ଭିଜିଲାନ୍ସ ପଞ୍ଚା ରେ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ. ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ମାନେ ଏହି ଚଢ଼ାଉ କରିଥିବା ଜଣାପଡିଛି |
କ. ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଙ୍କ କ. ନୂଆଗାଁ କାର୍ଯାଳୟ, ଭଞ୍ଜନଗର, ବୌଦ, ଘର ସମେତ ଅନେକ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଛି l
ରେଞ୍ଜର ବେହେରାଙ୍କ ବିରୁଦ୍ଧରେ ଦୁର୍ନୀତି ଓ ସରକାରୀ ଅର୍ଥ ତୋଷରପାତ ନେଇ ବହୁ ଅଭିଯୋଗ ରହିଥିଲା ଫଳରେ ଆଜି ଗୁରୁବାର ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ ଆରମ୍ଭ କରିଛି l ଭିଜିଲାନ୍ସ ଅଧିକାରୀ ମାନେ ବ୍ୟାଙ୍କ ପାସ ବୂକ, ଜରୁରୀ କାଗଜ ପତ୍ର, ଅଦି ଜବତ କରିଛନ୍ତି lତେବେ ତଦନ୍ତ ପରେ ସର୍ବିଶେଷ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି

nis-ad
Leave A Reply

Your email address will not be published.