କୋଟିଆରେ ନିର୍ବାଚନ ଭଣ୍ଡୁର ପାଇଁ ଆନ୍ଧ୍ରର ପ୍ଲାନ, ଗାଁରେ ଉତ୍ପାତ କରୁଛନ୍ତି ଏଜେଣ୍ଟ

କୋରାପୁଟ: ଓଡିଆ-ଆନ୍ଧ୍ର କଳି ଭିତରେ ବିବାଦୀୟ କୋଟିଆରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଯାହାକୁ ନେଇ ଏବେ ସରଗରମ୍ ରହିଛି କୋଟିଆ ନିର୍ବାଚନୀ ପାଣିପାଗ । ପ୍ରାର୍ଥୀମାନେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ଚାରିଆଡେ ମାଳ ମାଳ ପୋଷ୍ଟର ବି ଲାଗିଛି । ଯାହାକୁ ସହ୍ୟ କରିନପାରି ଏବେ ବିବାଦୀୟ କୋଟିଆରେ ଓଡିଶାର ନିର୍ବାଚନ ଭଣ୍ଡୁର କରିବାକୁ ଷଡଯନ୍ତ୍ର କରୁଛି ଆନ୍ଧ୍ର । ପୂର୍ବରୁ ଏହି ଗ୍ରାମପୁଞ୍ଜରେ ଆନ୍ଧ୍ର ସମର୍ଥିତ କିଛି ବ୍ୟକ୍ତିବିଶେଷ ଲୋକଙ୍କୁ ଓଡିଶା ସରକାର ବିରୁଦ୍ଧରେ ପ୍ରବର୍ତ୍ତାଇ ଥିଲେ । ଏବେ ପଞ୍ଚାୟନ ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ର ଏଜେଣ୍ଟ ଗାଁ ଗଣ୍ଡାରେ ଡେରା ପକରାଉଥିବାର ନଜର ଆସିଛି ।
କୋଟିଆରେ ନିର୍ବାଚନ ଭଣ୍ଡୁର ପାଇଁ ଆନ୍ଧ୍ରର ପ୍ଲାନ, ଗାଁରେ ଉତ୍ପାତ କରୁଛନ୍ତି ଏଜେଣ୍ଟମଙ୍ଗଳବାର ଆନ୍ଧ୍ରପ୍ରଦେଶର ସାଲୁର ପୋଲିସ ଅଧିକାରୀ ପଟାଙ୍ଗୀ ଆସିଥିଲେ । ସେଠାରେ ସେମାନେ ବିଡିଓ ଓ ତହସିଲଦାରଙ୍କୁ ନିର୍ବାଚନ ସମ୍ପର୍କରେ ପଚରାଉଚରା କରିଥିଲେ । ହେଲେ ଓଡିଶା ସରକାରଙ୍କ ତତ୍ତ୍ବାବଧାନରେ ହେଉଥିବା ଏହି ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରର ହସ୍ତକ୍ଷେପ ଅନାବଶ୍ୟକ ବୋଲି ରୋକ୍‌ଠୋକ୍ ଜବାବ ଦେଇଥିଲା ଜିଲ୍ଲା ପ୍ରଶାସନ । ଏହି ଜବାବ ମିଳିଲା ପରେ ସେମାନେ ଫେରିଯାଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି । ଏଥିସହ ନିର୍ବାଚନ ପ୍ରକ୍ରିୟାରେ ଯଦି କେହି ଗତିରୋଧ କରିବେ ତାହା ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।କୋଟିଆ ପଞ୍ଚାୟତରେ 5197 ଜଣ ଭୋଟର ରହିଛନ୍ତି । ଜିଲ୍ଲା ପରିଷଦ ଆସନଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଟ୍ଟାଙ୍ଗୀ ଏକ ନଂ ଜୋନରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀ ଓ ନିର୍ଦଳୀୟ ପ୍ରାର୍ଥୀ ଟିକାଇ ଗେମେଲଙ୍କ ମଧ୍ୟରେ ଟକ୍କର ଚାଲିଛି । ସେହିପରି ସରପଞ୍ଚ ଦୌଡରେ ରହିଛନ୍ତି ୭ ପ୍ରାର୍ଥୀ । କୋଟିଆ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟକୁ ଆଧାର କରି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ଵନାଥ ଖିଲ ନିଜ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି । ଅଞ୍ଚଳର ଲୋକେ ବିଭିନ୍ନ ସମସ୍ୟା ଘେରରେ ଥିବାବେଳେ ରାଜନୈତିକ ନେତୃବୃନ୍ଦଙ୍କ ଏହିସବୁ ପ୍ରତି ବର୍ଷ ବର୍ଷ ଧରି କରାଯାଇଥିବା କଥିତ ଅଣଦେଖାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ରହିଛି । ତେଣୁ ନିର୍ବାଚନରେ କେଉଁ ପ୍ରାର୍ଥୀଙ୍କ ମୁଣ୍ଡରେ କୋଟିଆବାସୀ କଳସ ଢାଳିବେ ତାହା ସମୟ କହିବ ।
ପୂର୍ବରୁ ଆନ୍ଧ୍ର ସରକାର ଜୋରଜବରଦସ୍ତ କୋଟିଆରେ ନିର୍ବାଚନ କରିଥିଲା । ଫାଟୁସିନେରୀରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରିବା ସହ ତଳ ଗଂଜେଇପଦରକୁ ମଧ୍ୟ ଏକ ପଞ୍ଚାୟତର ମାନ୍ୟତା ଦେଇ ଜଣକୁ ଆନ୍ଧ୍ରର ସରପଞ୍ଚ ଭାବେ ମନୋନୀତ କରିଥିଲା । ଏପରିସ୍ଥଳେ ଆଗାମୀ ଦିନରେ ଓଡିଶାର ସରକାର ଏହି ବିବାଦୀୟ ପଞ୍ଚାୟତର ସମସ୍ତ 21ଟି ଗ୍ରାମରେ ନିର୍ବାଚନ କରିବାକୁ ଅଣ୍ଟା ଭିଡିଛନ୍ତି । ଯାହାକୁ ନେଇ ମାହୋଲ୍ ଖୁବ୍ ସରଗରମ୍ ରହିଛି  ।

nis-ad
Leave A Reply

Your email address will not be published.