ପୁରୀ ରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ: ରାଜ୍ୟରେ ଥମିବାର ନା ଧରୁନି ଧଳା ଜହର କାରବାର । ପ୍ରତିଦିନ ପୁଳା ପୁଳା ଧଳା ଜହର ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଉଛି । ପୁରୀ ଚନ୍ଦନପୁର ପୋଲିସ ଆଜି ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛଇ । ଏହି କାରବାରରେ ସମ୍ପୃକ୍ତ ଅଭିଯୁକ୍‌ତକୁ ପୋଲିସ ଗିରଫ ମଧ୍ୟ କରିଛି । ଗିରଫ ଅଭିଯୁକ୍ତ ହେଲେ ଭୀମସେନ ପ୍ରଧାନ ।

ସୂଚନା ଅନୁସାରେ, ଅଭିଯୁକ୍ତ ଭୀମସେନା ପ୍ରଧାନକୁ ପୁରୀ ଏସଡିପିଓ କିଶୋର ଚନ୍ଦ୍ର ବ୍ରହ୍ମପୁର ଥାନା ଆଳିପୁଟ ଗାଁରୁ ଗିରଫ କରାଯାଇଛି । ଭୀମସେନ ନିକଟରୁ ୧୧୦ ଗ୍ରାମର ବ୍ରାଉନ ସୁଗାର ଓ ନଗଦ ୫୧୫୦ ଟଙ୍କା, ମୋବାଇଲ ଫୋନ ଓ ଏକ ବାଇକ ଜବତ କରାଯାଇଛି ।

ଏନେଇ ଚନ୍ଦନପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏହାସହିତ ପୁରୀ ଜିଲ୍ଲାରେ ବ୍ରାଉନସୁଗାର କାରବାରକୁ ମୂଳପୋଛ କରିବା ପାଇଁ ଏସପି କେଭଇ ସିଂହଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ନିକଟରେ ପୁରୀରୁ ପ୍ରାୟ ୧ କୋଚିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି ।

nis-ad
Leave A Reply

Your email address will not be published.