୭ ହଜାର ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରଙ୍କୁ ଅପହରଣ କରିବା ସହ ଶରୀରର ବିଭିନ୍ନ ସ୍ଥାନକୁ କାଚ ବୋତଲରେ ଦୁବୃର୍ତ୍ତମାନେ ଆକ୍ରମଣ କରିଛନ୍ତି । ଛାତ୍ର ଜଣଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିବା ଅଭିଯୋଗ ହୋଇଛି ।

ପରେ ଛାତ୍ର ଜଣଙ୍କ ଅପହରଣକାରୀଙ୍କ କବଳରୁ ଖସି ଆସି ପରିବାର ଲୋକଙ୍କ ସହ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଚୁନୁକୋଳି ବସ୍ତିରେ ରହୁଥିବା ଶିବାଜୀ ସରକାର ନାମକ ଯୁକ୍ତ ୩ର ପ୍ରଥଣ ବର୍ଷର ଛାତ୍ର ଅପହରଣର ଶିକାର ହୋଇଥିଲେ । ପଟିଆର ଏକ ପେଟ୍ରୋଲ ପମ୍ପରେ ତେଲ ପକାଇବା ସମୟରେ ୪ ଜଣ ଯୁବକ ତାଙ୍କୁ ଡାକିଥିଲେ ।

ଏହାସହିତ ତାଙ୍କ ମୁହଁରେ କଳା କପଡା ପକାଇ ଏକ ଭଙ୍ଗା ଘରେ ରଖି ମାରପିଟ କରିବା ସହ ୭ ହଜାର ଟଙ୍କା ମାଗିଥିଲେ । ପରେ ଛାତ୍ର ଜଣକ ସେଠାରୁ ଖସି ଆସିଥିଲେ । ଶିବାଜୀ ଓ ତାଙ୍କ ପରିବାର ଲୋକେ ୪ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି । ତେବେ ୪ ଅଭିଯୁକ୍ତଙ୍କ ନାଁରେ ଥାନା ଆଗରୁ ଅନେକ ମାମଲା ଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.