ସେୟାର ବଜାରରେ ବଡ଼ କ୍ଷତି, ୧୦୦୦ରୁ ଅଧିକ ପଏଣ୍ଟ ଖସିଲା ବିଏସଇ ସେନସେକ୍ସ

ମୁମ୍ବାଇ,୦୮/୦୨: ବିତ୍ତୀୟ, ଏଫ୍‌ଏମ୍‌ସିଜି ଏବଂ ଅଟୋ ଷ୍ଟକ୍‌ଗୁଡ଼ିକ ଖସିବା ଫଳରେ ସୋମବାର ଭାରତୀୟ ପୁଞ୍ଜି ବଜାରରେ ବଡ଼ ହ୍ରାସ ଘଟିଛି। କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସରେ ୧,୦୨୪ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୫୭,୬୨୧ ପଏଣ୍ଟରେ ବନ୍ଦ ହୋଇଛି । ୩ଟି କାରବାର ଦିବସରେ ହ୍ରାସ ଧାରା ଜାରି ରହିଛି । ଏହା ମଧ୍ୟରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ମୂଲ୍ୟ ୬.୭ ଲକ୍ଷ କୋଟି ଟଙ୍କା ସଙ୍କୁଚିତ ହୋଇଛି ।

ଅନ୍ୟପକ୍ଷରେ, ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟିରେ ୩୦୩ ପଏଣ୍ଟ ହ୍ରାସ ଘଟିଛି । ଏହା ୧୭,୨୧୪ ପଏଣ୍ଟକୁ ଖସିଆସିଛି । ସେନ୍‌ସେକ୍ସରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏଲ୍‌ ଆଣ୍ଡ୍‌ ଟି, ବଜାଜ ଫାଇନାନ୍ସ, ବଜାଜ ଫିନ୍‌ସର୍ଭ ଏବଂ ଏଚ୍‌ଡିଏଫ୍‌ସି ଆଦି କମ୍ପାନିଗୁଡିକର ସେୟାର ମୂଲ୍ୟ ୩.୬୫% ପର୍ଯ୍ୟନ୍ତ ହ୍ରାସ ଘଟିଛି । ପାୱାରଗ୍ରିଡ୍‌, ଏନ୍‌ଟିପିସି, ଟାଟା ଷ୍ଟିଲ, ଏସ୍‌ବିଆଇ ଏବଂ ଅଲ୍‌ଟ୍ରା ସେମ୍‌କୋ ଆଦି କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି ।

ଅନ୍ୟାନ୍ୟ ଏସୀୟ ବଜାରରେ ହ୍ରାସର ପ୍ରଭାବ ଭାରତୀୟ ଇକ୍ୱିଟି ବଜାରରେ ପରିଲକ୍ଷିତ ହୋଇଛି । ଜାପାନର ନିକେଇ ୨୨୫ ୦.୭% ଖସି ୨୭,୨୪୮.୮୭ ପଏଣ୍ଟକୁ ହ୍ରାସ ପାଇଥିବାବେଳେ ଦକ୍ଷିଣ କୋରିଆର କୋସ୍‌ପି ୦.୨% ଖସି ୨,୭୪୫.୦୬ ପଏଣ୍ଟ ହୋଇଛି । ହଂକଂର ହ୍ୟାଙ୍ଗ୍‌ ସେଙ୍ଗ୍‌ ୦.୧% ବଢ଼ି ୨୪,୫୭୯.୫୫ ପଏଣ୍ଟ ହୋଇଥିବାବେଳେ ସାଂଘାଇ କମ୍ପୋଜିଟ୍‌ ୨% ବଢ଼ି ୩,୪୨୯.୫୮ ପଏଣ୍ଟ ହୋଇଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.