ନିର୍ବାଚନ ନେଇ ପୋଲିସର ଫ୍ଲାଗମାର୍ଚ୍ଚ

ଦାରିଙ୍ଗବାଡ଼ି (୮/୨) : ଦାରିଙ୍ଗବାଡ଼ି ବ୍ଲକରେ ୨୪ ତାରିଖ ଦିନ ପଞ୍ଚାୟତ ନିର୍ବାଚନ ହେବ । ତାକୁ ନେଇ ପାର୍ଥିଙ୍କ ମଧ୍ୟ ପ୍ରଚାର ଜୋରଦାର ଚାଲିଛି । ହେଲେ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାରେ ହେବ ସେନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ଚାରିଛକ ସମେତ ତିନି ଛକ, ଶିବ ମନ୍ଦିର ଛକ, ବ୍ଲକ ରୋଡ଼, ବସ ଷ୍ଟାଣ୍ଡ, ସାରିଙ୍ଗରିପି ଭଳି ଅଂଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି ।

ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ଏସଆଇ ଜିତେନ୍ଦ୍ର ବେହେରା, ଲଷ୍ମୀ ମାଝୀ, ଏଏସଆଇ ଶ୍ରୀନିବାସ ରାଓ, ସୁବାସ ଚନ୍ଦ୍ର ବାଏକ, ଅର୍ଦ୍ଧେନ୍ଦୁ ଶବର ସମେତ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିଲେ । ଏଥି ସହିତ ପୋଲିସ ପକ୍ଷରୁ ସମସ୍ତ ଅଂଚଳରେ ପେଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯାଉଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.