ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୭ ବର୍ଷ କାରାଦଣ୍ଡାଦେଶ

ବ୍ରହ୍ମପୁର : ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୭ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଆସିଷ୍ଟାଣ୍ଟ୍ ସେସନ ଜଜ କୋର୍ଟର ମାନ୍ୟବର ଜଜ୍ ଅମରେଶ ନାୟକ । ଏହା ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଥିବା ବେଳେ ଏହାର ଅନାଦେୟ ୩ ମାସ ଜେଲ ଦଣ୍ଡ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ୨୦୧୧ ମସିହାରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ବ୍ରହ୍ମପୁର ମହିଳା ଥାନାରେ ଜଗବନ୍ଧୁ ବେହେରା ନାମକ ଜଣେ ଯୁବକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ପରେ ଏହି ମାମଲରେ ୧୭ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ରାୟ ଦେଇଛନ୍ତି । ସାକ୍ଷ୍ୟ ଗ୍ରହଣ ବେଳେ ବୟାନକୁ ଆଧାର କରି ଆପିସି ଧାରା ୩୭୬ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ କରିବା ପାଇଁ ସରକାରୀ ଓକିଲଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଇଥିଲା । ତା ବିରୋଧରେ ଅଭିଯୁକ୍ତ ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ବି ତାଙ୍କୁ ନିରାଶ ହେବାକୁ ପଡଥିଲା ।

ସବୁ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଶେଷରେ ଏହି ରାୟ ଶୁଣାଇଥିବା ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ତଥା ଏହି ମାମଲା ପରିଚାଳନା କରିଥିବା ଆରତୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ବେଲ୍ ରେ ଥିବା ଅଭିଯୁକ୍ତଙ୍କୁ ପୋଲିସ ପୁଣି ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇଦେଇଛି । ସେପଟେ ପୀଡିତାକୁ କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ |

nis-ad
Leave A Reply

Your email address will not be published.