ଆରମ୍ଭ ହେଲା ଶ୍ରେଣୀ ପାଠପଢା

କୋରାପୁଟ (୭/୨) : ରାଜ୍ୟ ସରକାରଙ୍କ ନିଷ୍ପତି ପରେ ମହାମାରୀ କରୋନା ଯୋଗୁଁ ବନ୍ଦ ରହିଥିବା ଶ୍ରେଣୀ ପାଠ ପଢା ଆଜି ଅଷ୍ଟମରୁ ଦ୍ୱାଦଶ ଯାଏ ଆରମ୍ଭ ହୋଇଛି । ଦୀର୍ଘଦିନର ବ୍ୟବଧାନ ପରେ ସ୍କୁଲ ଖୋଲି ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।

କୋଭିଡ ଗାଇଡ୍ ଲାଇନ୍ ଅନୁଯାୟୀ, ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମାସ୍କ୍ ଓ ସାନିଟାଇଜର୍ ଯୋଗାଇ ଦେବା ସହ ଥର୍ମାଲ୍ ଟେଷ୍ଟିଂ କରି ଶ୍ରେଣୀଗୃହକୁ ଛାଡିଥିଲେ । ଜିଲାର ପ୍ରାୟ ୧୨୧୬ ଉଚ ପ୍ରାଥମିକ,ହାଇସ୍କୁଲ ଓ କନିଷ୍ଠ ମହାବିଦ୍ୟାଳୟ ଆଜି ଖୋଲିଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.