ବାଇକ ଦୁର୍ରଘଟଣାରେ ଗୁରତ୍ବର ଯୁବକଙ୍କ ଚାଲିଗଲା ଜୀବନ

ଟିକାବାଲି  (୦୬/୦୨) :  ଟିକାବାଲି ଥାନା ଅନ୍ତର୍ଗତ ଟିକାବାଲି ସହରରେ ରହୁଥିବା ପରେଶ ପ୍ରଧାନ ଙ୍କ ପୁଅ ଆକାଶ କୁମାର ପ୍ରଧାନ ବୟସ ୨୫, ଗତ ତା :30/01/2022 ରିଖ ପରୀକ୍ଷା ଦେବାକୁ ଯାଇ ଫୁଲବାଣୀରୁ ବାଇକ ଯୋଗେ ଫେରୁଥିବାବେଳେ ସଦର ଥାନା ଅନ୍ତର୍ଗତ କେରେଡି ନିକଟ ବୁଲାଣି ରାସ୍ତାରେ କୋୖଣସି କାରଣ ବଶତଃ ଦୁର୍ଘଟଣା ହୋଇ ଗଭିର ଆଘାତ ହୋଇ ବେହସ ହୋଇ ଥିଲେ | ତାଙ୍କୁ ସେହି ବେହୋସ ଅବସ୍ଥାରେ ଉଧାର କରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ଥି କରାଯାଇ ଥିଲା |ଅଧିକ ଗୁରତ୍ବର ହେବାରୁ କଟକର ଏକ ଘରଇ ଚିକିତ୍ସାଳୟରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇ ଥିଲା |ଚିକିତ୍ସା ଚାଲିଥିବା ବେଳେ ଗତ କାଲି ସନ୍ଧ୍ୟା ସମୟରେ ଦେହାନ୍ତ ହୋଇ ଥିଲା ।

ଆଜି ଶବ ବ୍ୟବଛେଦ କଲାପରେ ନିଜ ଘର ଟିକାବାଲି ଅଣାଯାଇ ଟିକାବାଲି ପହଞ୍ଚିବା ପରେ ଅପରାହ୍ନ 2 ଘଣ୍ଟିକା ସମୟରେ ଶେଷ କୃତ୍ୟ ସମ୍ପର୍ଣ କରାଯାଇ ଥିବା ସୂଚନା ମିଳିଛି |ସୂଚନା ଅନୁଯାୟୀ ସେ ଜଣେ ଟିକାବାଲି ର ଭଲ ଉଚ୍ଚଶିକ୍ଷିତ ଯୁବକ ଥିଲେ| ଟିକାବାଲି ଅଞ୍ଚଳ ରେ ଖେଳ କୁଦ ମିଳା ମିଶା ଓ ପ୍ରଶଂସା ଯୁକ୍ତ ଯୁବକ ଥିଲେ |ତାଙ୍କ ମୃତ୍ୟୁ ଖବର ପାଇ ଟିକାବାଲି ଅଞ୍ଚଳ ରେ ଦୁଃଖର ଲହରୀ ଖେଳିଯାଇଛି |

nis-ad
Leave A Reply

Your email address will not be published.