ସାଂସଦ ଓ ବିଧାୟକଙ୍କ ବିରୋଧରେ ୫ହଜାର ମାମଲା ପଡ଼ି ରହିଛି

ନୂଆଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବିରୋଧରେ ବର୍ଷବର୍ଷ ଧରି ମାମଲା ଗଡ଼ି ଗଡ଼ି ଚାଲୁଛି। ହେଲେ ସମାଧାନ ନାହିଁ। ସୁପ୍ରିମକୋର୍ଟରେ ପହଞ୍ଚିଛି ଦାଗୀ ନେତାଙ୍କ ବିରୋଧର ମାମଲା ସଂଖ୍ୟା। ବର୍ତ୍ତମାନ ଓ ପୂର୍ବତନ ବିଧାୟକ- ଏମପିମାନଙ୍କ ବିରୋଧରେ ବଢ଼ୁଛି ଅପରାଧିକ ମାମଲା। ୨୦୧୮ ଡିସେମ୍ବରରୁ ୨୦୨୧ ଡିସେମ୍ବର ମଧ୍ୟରେ ୪୧୧୦ରୁ ୪୯୮୪ଟି ମାମଲା ବୃଦ୍ଧି ଘଟିଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।
ଆମିକ୍ୟୁସ କ୍ୟୁରି ତଥା ବରିଷ୍ଟ ଆଡଭଭୋକେଟ ବିଜୟ ହନ୍ସରିଆ ଏହି ମାମଲା ବିଷୟରେ ଅବଗତ କରିଛନ୍ତି। ଏଥିରୁ କିଛି ମାମଲା ୩ ଦଶନ୍ଧି ଧରି ପଡ଼ିଥିବା ସେ କହିଛନ୍ତି । କେବଳ ୨୩୨୪ଟି ମାମଲା ଏବର ବିଧାୟକଙ୍କ ବିରୋଧରେ ରହିଛି। ୧୬୭୫ଟି ମାମଲା ପୂର୍ବତନ ବିଧାୟକଙ୍କ ବିରୋଧରେ ରହିଛି। ୧୯୯୧ଟି ମାମଲାରେ ଚାର୍ଜଫ୍ରେମ ପ୍ରସ୍ତୁତ ହୋଇ ନାହିଁ । ହାଇକୋର୍ଟରେ ରହିତା ଦେଶ ଯୋଗୁ ୨୬୪ଟି କେସ୍‌ ପଡ଼ିକି ରହିଛି। ନେତା ଓ ମନ୍ତ୍ରୀଙ୍କ ବିରୋଧରେ ମାମାଲାର ସମଧାନ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ଆମିକ୍ୟୁସ କ୍ୟୁରି ଏହି ରିପୋର୍ଟ ଦେଇଛନ୍ତି। ତେବେ ବିଧାୟକ ଓ ଏମପିଙ୍କ ବିରୋଧରେ ଥିବା ମାମଲାରେ ସବୁଠାରୁ ଆଗରେ ରହିଛି ଉତ୍ତରପ୍ରଦେଶ।
୧୩୩୯ଟି ମାମଲା ସହ ୟୁପି ଶୀର୍ଷରେ ରହିଛି। ଯାହାର ଏଯାଏଁ ସମାଧାନ ହୋଇ ପାରି ନାହିଁ। ସେହିପରି ୨୦୧୮ରେ ବିହାରରେ ୩୦୪ଟି ମାମଲା ରହିଛି। ଯାହା ଅକ୍ଟୋବର ୨୦୨୦ରେ ୫୫୭ ଏବଂ ଡିସେମ୍ବରରେ ୫୭୧କୁ ବୃଦ୍ଧି ପାଇଛି। ମାମଲା ଗୁଡ଼ିର ତ୍ୱରିତ ସମାଧାନ ନେଇ ବାରମ୍ବାର ସୁପ୍ରମିକୋର୍ଟ ତାଗିଦ କରୁଥିଲେ ମଧ୍ୟ ତାର ପ୍ରତିଫଳନ ଦେଖିବାକୁ ମିଳୁ ନାହିଁ। ସମ୍ପୂର୍ଣ୍ଣ ୪୦୯୮୫୪ କେସ୍‌ରୁ ୧୮୯୯ଟି ମାମଲା ୫ ବର୍ଷର ପୁରୁଣା ବୋଲି ଆମିକ୍ୟୁସ କ୍ୟୁରି ଜଣାଛନ୍ତି। ଏମପି ଓ ଏମଏଏଲଏଙ୍କ ବିରୋଧରେ ଥିବା ମାମଲାକୁ ସ୍ୱତନ୍ତ୍ର କୋର୍ଟ ମାଧ୍ୟମରେ ତ୍ୱିରିତ ଶୁଣାଣି ଲାଗି ୨୦୧୮ରେ ସୁପ୍ରିମର୍କ୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ନେତାଙ୍କ ବିରୋଧରେ ମାମଳା ଯାଞ୍ଚ କରି ସୁପ୍ରିମକୋର୍ଟଙ୍କୁ ନୈରାଶ୍ୟଜନକ ରିପୋର୍ଟ ଦେଇଛନ୍ତି ଆମିକସ୍ କ୍ୟୁରି। ସେ କହିଛନ୍ତି ଯେ, ନେତାଙ୍କ ବିରୋଧରେ ମାମଲା ବଢ଼ୁଥିବା ବେଳେ ସଂସଦ ଓ ବିଧାନସଭାରେ ଦାଗୀ ନେତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କେନ୍ଦ୍ର ଗୁରୁତର ଭାବେ ନେଇ ନଥିବା ଆମିକ୍ୟୁସ କ୍ୟୁରି କହିଛନ୍ତି।

nis-ad
Leave A Reply

Your email address will not be published.