ଟ୍ରାଫିକ ସମସ୍ୟା ଯୋଗୁଁ ବଢୁଛି ଛାଡ଼ପତ୍ର ମାମଲା : ଅମୃତା ଫଡ଼ନାଭିସ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତାଙ୍କ ଛାଡ଼ପତ୍ର ସଂକ୍ରାନ୍ତ ବୟାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇରେ ୩% ଛାଡ଼ପତ୍ର ମାମଲା ଟ୍ରାଫିକ ସମସ୍ୟା ଯୋଗୁ ଘଟୁଥିବା ସେ କହିଛନ୍ତି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ରାସ୍ତା ଓ ଟ୍ରାଫିକ ଉପରେ ମତ ରଖିବା ବେଳେ ସେ ଏପରି କଥା କହିଛନ୍ତି।
ଅମୃତ ରିପୋର୍ଟରମାନଙ୍କୁ ମୁମ୍ବାଇର ଟ୍ରାଫିକ ଓ ରାସ୍ତାଘାଟ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୟରେ ସେ କହିଥିଲେ,“ମୁଁ ଜଣେ ସାଧାରଣ ନାଗରିକ ହିସାବରେ ଭୋଗୁଥିବା ସମସ୍ୟା ଗୁଡ଼ିକ କଥା କହୁଛି। ଯେତେବେଳେ ମୁଁ ବାହାରକୁ ବାହାରୁଛି ମୁମ୍ବାଇ ରାସ୍ତାରେ ଗାତ ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ଦେଖୁଛି। ଟ୍ରାଫିକ ସମସ୍ୟା ଯୋଗୁ ଲୋକମାନେ ସେମାନଙ୍କ ପରିବାର ଲୋକଙ୍କୁ ସମୟ ଦେଇପାରୁ ନାହାନ୍ତି। ଏହି କାରଣର ପାଇଁ ମୁମ୍ବାଇରେ ୩% ଛାଡ଼ପତ୍ର ମାମଲା ଘଟୁଛି। ଲୋକମାନେ ଟ୍ରାଫିକ ସମସ୍ୟା ଯୋଗୁ ମାନସିକ ଚାପରେ ମଧ୍ୟ ରହୁଛନ୍ତି।”
ଅମୃତା ଫଡନାଭିସ ନିଜେ ଟ୍ରାଫିକ ଓ ରାସ୍ତାରେ ଥିବା ଗାତ ଯୋଗୁ ଅନେକ ସମସ୍ୟାରେ ପଡ଼ିଥିବା ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଆପଣମାନେ ଭୁଲି ଯାଆନ୍ତୁ ଯେ ମୁଁ ଦେବେନ୍ଦ୍ର ଫଡନଭାସଙ୍କ ପତ୍ନୀ। ମୁଁ ଜଣେ ସାଧାରଣ ମହିଳା ହିସାବରେ ଆପଣଙ୍କୁ କହୁଛି। ମୁଁ ନିଜେ ରାସ୍ତାରେ ଥିବା ଗାତ ଓ ଟ୍ରାଫିକ ଯୋଗୁ ଅନେକ ଅସୁବିଧାରେ ପଡ଼ିଛି। ଆପଣମାନେ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହେଉଛନ୍ତି।”
ଅମୃତଙ୍କ ଏପରି ବୟାନକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ତେର୍ଚ୍ଛାବାଣ ମାରିଛନ୍ତି। ଏହାକୁ ବେଷ୍ଟ ଲଜିକ ଅଫ ଦି ଡେ’ କହି ସେ ପରିହାସ କରିଛନ୍ତି। ତେବେ ସେ ଦେବେନ୍ଦ୍ର ଫଡନାଭିସଙ୍କ ନାଁ ନେଇନାହାନ୍ତି।
ସେ କହିଛନ୍ତି, “ରାସ୍ତାର ଟ୍ରାଫିକ ସମସ୍ୟା ପାଇଁ ୩% ମୁମ୍ବାଇବାସୀ ଛାଡ଼ପତ୍ର ଦେଉଥିବା ନେଇ ଦାବି କରିଥିବା ମହିଳାଙ୍କୁ Best (il)logic ଦିବସ ସମ୍ମାନ ମିଳୁଛି। ଦୟାକରି ମାଇଣ୍ଡ ବ୍ରେକ ଅପେକ୍ଷା ଗୋଟିଏ ଛୁଟି ନେଇ ଯାଆନ୍ତୁ। ବେଙ୍ଗାଲୁରୁର ପରିବାର ଏହାକୁ ପଢ଼ନ୍ତୁ ନାହିଁ। ନହେଲେ ଏହା ଆପଣମାନଙ୍କ ବିବାହରେ ଆଘାତ ସୃଷ୍ଟି କରିପାରେ।” ଏହା ସହ ସେ ଗୋଟିଏ ହସର ଇମୋଜି ମଧ୍ୟ ଦେଇଛନ୍ତି।

nis-ad
Leave A Reply

Your email address will not be published.