୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ : ଆଜି ଭାରତ-ଇଂଲଣ୍ଡ ଫାଇନାଲ

ମୁମ୍ବାଇ : ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ । ଆଜି ଭାରତ-ଇଂଲଣ୍ଡ ଫାଇନାଲ । ୱେଷ୍ଟଇଣ୍ଡିଜ୍ ରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପ ୧୪ତମ ସଂସ୍କରଣର ଫାଇନାଲ ମ୍ୟାଚ ଦୁଇ ପୂର୍ବ ବିଜେତା ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ। ନର୍ଥ ସାଉଣ୍ଡ୍ ସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍ ରେ ଭାରତୀୟ ସମୟ ସଂଧ୍ୟା ୬.୩୦ରୁ ଆରମ୍ଭ ହେବ ଫାଇନାଲ ଫାଇଟ୍ ।

ତେବେ ୪ ଥର ବିଜେତା ଭାରତ ପଞ୍ଚମ ଥର ପାଇଁ ଟ୍ରଫି ଜିତିବା ଲକ୍ଷ୍ୟ ରଖିଥିବା ବେଳେ ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିଥିବା ଇଂଲଣ୍ଡ ଦ୍ବିତୀୟ ଥର ପାଇଁ ବିଜେତା ହେବାର ଲକ୍ଷ୍ୟ ରଖିଛି। ଭାତରୀୟ ଦଳର ଅଧିନାୟକ ୟଶ ଧୁଲଙ୍କ ନେତୃତ୍ବାଧିନ ଭାରତ ଅପରାଜୟ ସହ ଫାଇନାଲରେ ପହଞ୍ଚିଛି। ଦଳ ଲିଗ୍ ପର୍ଯ୍ୟାୟରେ ଗ୍ରୁପ -ବି ରେ ସ୍ଥାନ ପାଇଥିଲା। ଦଳ ଦକ୍ଷିଣ ଆଫ୍ରିକାକୁ ୪୫ରନରେ, ଆୟର୍ଲାଣ୍ଡକୁ ୧୭୪ରନରେ ଓ ଉଗାଣ୍ଡାକୁ ୩୨୬ ରନରେ ପରାସ୍ତ କରି ଗ୍ରୁପ ଚମ୍ପିଆନ ହୋଇଥିଲା।

କ୍ବାର୍ଟର ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୯୪ରନରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଚମ୍ପିଆନ ହୋଇଥିବା ବେଳେ ୨୦୦୬, ୨୦୧୬ ଓ ୨୦୨୦ରେ ରନର୍ସଅପ ହୋଇଥିଲା।

nis-ad
Leave A Reply

Your email address will not be published.