ଦାରିଙ୍ଗବାଡି : ପ୍ଲିହେରି ଗ୍ରାମ ନିକଟରେ ବୋଲେରୋ ଜିପ ଦୁର୍ଘଟଣା…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ ପ୍ଲିହେରି ଗ୍ରାମ ନିକଟରେ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ରୋଡ଼ରେ ବୋଲେରୋଜିପ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି । ସୂଚନା ମୁତାବକ ଗଦାପୁର ଗ୍ରାମର ଜନୈକ ଠିକଦାର, ଦାରିଙ୍ଗବାଡ଼ି କୌଣସି କାମରେ ଆସୁଥିଲେ । ପ୍ଲିହେରି ଗ୍ରାମ ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଫଳରେ ବୋଲେରୋରେ ବସି ଆସୁଥିବା ଦୁଇଜଣ ଅଳ୍ପକେ ମରଣରୁ ବର୍ତ୍ତି ଥିବା ଜଣାପଡ଼ିଛି । ଖବର ପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.