ନବରଙ୍ଗପୁର : ଟିକାକରଣ ନିମନ୍ତେ ବୁଲି ଲା ସଚେତନ ରଥ…

ନବରଙ୍ଗପୁର : କୋବିଡ଼ ଟୀକାକରଣ ଅଭିଯାନ ନିମନ୍ତେ ଜିଲ୍ଲାରେ ବୁଲିଲା ସଚେତନ ରଥ ନବରଙ୍ଗପୁର ତା ୦୧/୦୨ କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକା କରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନ ରଥ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ରୁ ବାହାରିଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ମିଳିତ ଭାବରେ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟ କୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏହି ସଚେତନତା ରଥ ଟି ଜିଲ୍ଲାର ଦଶ ଗୋଟି ବ୍ଲକ ର ବିଭିନ୍ନ ଗ୍ରାମରେ କୋଭିଡି ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକା କରଣ ଉପକାରିତାର ବାର୍ତ୍ତା ପ୍ରଚାର କରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ବିଶେଷ କରି ୧୫ ବର୍ଷ ରୁ ୧୮ ବର୍ଷ ମଧ୍ୟରେ ସମସ୍ତ କିଶୋର କିଶୋରୀ ମାନେ କିପରି ଟୀକା କେନ୍ଦ୍ରକୁ ଆସି କୋଭିଡ ସୁରକ୍ଷା ପାଇଁ ଟୀକା ନେବା ସହିତ , କୋଭିଡ ନିୟମକୁ ମାନି ଚଳିବା ,ନିୟମିତ ହାତ ଧୋଇବା ,ମାସ୍କ ପିନ୍ଧିବା ଓ ଶାରୀରିକ ଦ୍ଵରତା କୁ ବଜାଇ ରଖିବା , ଭିଡକୁ ନିରୂତ୍ସାହିତ ଏବଂ ନିଜ ସୁରକ୍ଷା କୁ ଉତ୍ସାହିତ କରିବା ଆଦି ବିଷୟରେ ଗ୍ରାମ ରେ ଅଙ୍ଗନବାଡି କର୍ମୀ ମାନେ କିଶୋର କିଶୋରୀ, ସ୍ଵୟଂ ସହାୟକ ଗୋଷ୍ଟିର ମହିଳା ଓ ଅନ୍ୟଗ୍ରାମବାସୀ ମାନଙ୍କୁ ଉପସ୍ଥିତ କରାଇ ସଚେତନ ରଥ ନିକଟରେ ବୁଝାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆ ଯାଇ ଥିବାର ବିଷୟରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କାର୍ଯ୍ୟ।ଳୟ ର ହୋଇ ଥିବା ଏହି ସଚେତନତା ରଥ ର ଉଦଘାଟନୀ ସମାରୋହରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ , ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ , ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ ,ବିଶ୍ଵରଞ୍ଜନ ଭୁକ୍ତା,ଅଶୋକ ଚକ୍ରବର୍ତ୍ତୀ , ତ୍ରିପତି ବାଲାଜି ସାହୁ , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ , ସସ୍ମିତା ମହାନ୍ତି , ବିଶ୍ଵଜିତ ମହାନ୍ତି , ସୁକାନ୍ତ ପାତ୍ର , ତୃପ୍ତି ମହାପାତ୍ , ସୁଜିତ କୁମାର ସୁନା , କୁଶମିତା ଦୀପ , ବନ୍ଧନା ଖାକା ,ୟୁ ରବୀନ , ୱାନଷ୍ଟପ କେନ୍ଦ୍ରର କର୍ମର କର୍ତ୍ତା ଓ ଅନ୍ୟଅଧିକାର ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
nis-ad
Leave A Reply

Your email address will not be published.