ରାୟଗଡା, କେନ୍ଦୁଝରରେ ପ୍ଲାଣ୍ଟ: ନିବେଶ ହେବ ଲକ୍ଷେ ୭୦ ହଜାର କୋଟି

ଭୁବନେଶ୍ବର: ଉତ୍କର୍ଷ ଓଡିଶା ଆରମ୍ଭରୁ ହିଁ ରାଜ୍ୟରେ ଆରମ୍ଭ ହୋଇଯାଇଛି ପୁଞ୍ଜି ନିବେଶ । ରାୟଗଡା ଏବଂ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ନିବେଶ କରିବେ ନିବେଶକ ।

ରାୟଗଡାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବେଦାନ୍ତ । ୧ ଲକ୍ଷ କୋଟି ନିବେଶ କରି ଆଲୁମିନିୟମ ପ୍ଲାଣ୍ଟ ପ୍ରସ୍ତୁତ କରିବ ବେଦାନ୍ତ । ଏନେଇ ସୂଚନା ଦେଇଛନ୍ତି ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ୱାଲ । ଏଥିସହିତ ଓଡିଶାରେ ପୋସ୍କୋ ଶିଳ୍ପ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି, ନ୍ତି ଜେଏସଡବ୍ଲୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ । ଏନେଇ ଆଲୋଚନା ଚାଲିଥିବା ସେ କହିଛନ୍ତି ।

ସେହିପରି,  କେନ୍ଦୁଝରରେ ପ୍ରତିଷ୍ଠା ହେବ ନୂଆ ଷ୍ଟିଲ ପ୍ଲାଣ୍ଟ । ୬ ବର୍ଷରେ ନିବେଶ ହେବ ମୋଟ ୭୦ ହଜାର କୋଟି । ଏନେଇ ସୂଚନା ଦେଇଛନ୍ତି, ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି ।

ତେବେ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଦୁଇ ଦିନିଆ ମେକ୍ ଇନ୍ ଓଡିଶା କନକ୍ଲେଭ୍ । ନିବେଶ ପାଇଁ ଓଡ଼ିଶାରେ ଶିଳ୍ପହସ୍ତୀ,  ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହୋଇଛନ୍ତି ।  ଯାହାକୁ ଆଜି ଉଦଘାଟିତ କରିଛନ୍ତି ପ୍ରଧାମନ୍ତ୍ରୀ ମୋଦି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଶିଳ୍ପପତି ନୀନ ଜିନ୍ଦଲ, ଅନୀଲ ଅଗ୍ରଓ୍ବାଲ, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ, କରଣ ଆଦାନୀ ସାମିଲ ଅଛନ୍ତି । ଯେଉଁଥିରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

nis-ad
Leave A Reply

Your email address will not be published.