ଗଂଜାମ ଜିଲାସ୍ତରୀୟ ୧୫ତମ ଜାତୀୟ ମତଦାତା ଦିବସ ସମାରୋହ ପାଳିତ

ଛତ୍ରପୁର : ୧୫ତମ ଜାତୀୟ ମତଦାତା ଦିବସ-୨୦୨୫ ଗଂଜାମ ଜିଲାସ୍ତରୀୟ ସମାରୋହ ଶନିବାର ଛତ୍ରପୁରସ୍ଥିତ ଜିଲ୍ଲାପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ କହିଥିଲେ ଯେ ବିଶ୍ୱରେ ଭାରତ ସବୁଠୁ ବଡ ଗଣତନ୍ତ୍ର ରାଷ୍ଟ୍ର । ଭୋଟର ହେଉଛନ୍ତି ଏହାର ମୂଳଦୁଆ । ଭୋଟରଗଣ ଯେତେ ମାତ୍ରାରେ ସୁଦୃୃଢ ହେବେ ଭାରତର ଗଣତନ୍ତ୍ର ସେତେ ମାତ୍ରାରେ ମଜବୁତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଅବଗତ କରାଇଥିଲେ । ସେ ଆହୁରି କହିଥିଲେ ଯେ ସବୁ ମତଦାତା କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ସଚେତନ ସହ ନିଜର ବିବେକକୁ ନେଇ ଭୋଟ ଦାନ କଲେ ଠିକ୍ ପ୍ରତିନିଧି ନିର୍ବାଚିତ ହୋଇପାରିବେ । ଭୋଟର ତାଲିକା ପ୍ରସ୍ତୁତ ଠାରୁ ଆରମ୍ଭ କରି ଭୋଟରଙ୍କ ଘରକୁ ଘର ଯାଇ ଏନେଇ ସଚେତନ କରିଥିବାରୁ ଏବଂ ଏହାର ସଫଳତା ମିଳୁଥିବାରୁ ବୁଥ୍ ସ୍ତରୀୟ ଅଫିସର ମାନଙ୍କୁ ଅତିରିକ୍ତ ଜିଲାପାଳ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପ୍ରଥମ କରି ଭୋଟର ତାଲିକାରେ ନାଁ ସଂଯୋଗ କରିଥିବା ଯୁବ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ଭୋଟର ନିଜର ମତଦାନ ସାବ୍ୟସ୍ତ କଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ଏବଂ ଏହାଦ୍ୱାରା ଏହାର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି କହିଵା ସହ ଏକ ଶପଥ ପଠା ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ , ଆସିଷ୍ଟାଣ୍ଡ କଲେକ୍ଟର (ନିର୍ବାଚନ ) ଓମ ପ୍ରକାଶ ପରିଡା ଆସିଷ୍ଟାଣ୍ଡ କଲେକ୍ଟର ଅଭିଷେକ ସାହୁ, ନାୟକ ସୁରଜ ବେହେରା ଙ୍କ ସମେତ ବିଭାଗୀୟ ଅଧିକାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ | ଏହି ଅବସରରେ ବେଷ୍ଟ ବିଏଲଓ, ସୁପରଭାଇଜର,ସମେତ ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ପ୍ରାରମ୍ଭରେ ଜାତୀୟ ଭୋଟର ଦିବସ ଉପଲକ୍ଷେ ଭୋଟର ସଚେତନତା ରାଲି ଜିଲ୍ଲାପାଳ କାଯ୍ୟଳୟ ଠାରୁ ବାହାରିଥିଲା ଏହାକୁ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ | ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସଂଯୋଜନା କରିଥିଲେ |

nis-ad
Leave A Reply

Your email address will not be published.