ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର : ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଳବ ର ବାର୍ଷିକ ଉତ୍ସବ ପାଳନ ଅବସରରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ପ୍ରେସ କ୍ଳବ ଓ ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଲୋକ ସଂପର୍କ ଅଧିକାରୀ ସୁସ୍ମିତା ବେହେରା ଏବଂ ଆଇ ଆର ଇଏଲ କମ୍ପାନୀ ର ସି ଏସ ଆର ମ୍ୟାନଜର ଦୀପକ କୁମାର ମିଶ୍ର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ରୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରେସ କ୍ଳବର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ଏହି ଶିବିରରେ ୫୦୦ ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ପ୍ରଦାନ କରାଯାଇଥିଲା l ଏହାକୁ ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଓ ଆଇ ଆର ଇ ଏଲ କମ୍ପାନୀ ସହଯୋଗର ହାତ ବଢ଼ାଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ସମ ହସ୍ପିଟାଲ ର ଡାଇରେକ୍ଟର ଦେବ ପ୍ରସାଦ ଦାସ ଏବଂ ପ୍ରେସ କ୍ଳବର ସମସ୍ତ କର୍ମକର୍ତା ଏବଂ ସଦସ୍ୟ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏନସିସି ଛାତ୍ର ଛାତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.