ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ବିଜେପି ଦଳକୁ ଜୀବିତ କରି ରଖିଥିବା ପୁରୁଣା ନେତା ଉପରେ ଆଉ ବିଶ୍ୱାସ ରଖୁନି ବିଜେପି । ଯାହାର ଫଳ ସ୍ୱରୂପ ଆଜି ଗଞ୍ଜାମ ଜିଲ୍ଲାରେ ଚଳିତ ସାଧାରଣ ନିର୍ବାଚନ ରେ ବିଜେପି ଶୂନ ରୁ ହିଞ୍ଜିଳି ଓ ସାନଖେମୁଣ୍ଡି ବିଧାନସଭା ଛାଡି ଦେଲେ ଅନ୍ୟ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ବିଧାୟକ ବିଜୟ ହୋଇଛନ୍ତି। ବିଜେପି ଦଳକୁ ବଞ୍ଚେଇ ରଖିଥିବା ବହୁ ପୁରୁଖା ନେତା ମାନେ ଏବେ ବିଜେପି ଦଳର ଅଲୋଡ଼ା ହୋଇଥିବା ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷର ସଙ୍ଗଠନ କରି ଦଳର ପରିଚୟ କରିଥିବା ବ୍ୟକ୍ତଙ୍କୁ ବିଜେପି ସରକାର ହେବାର ୭ ମାସ ବିତି ଯାଇଥିଲେ ବି କୌଣସି ସରକାରୀ ହେଉକି ଦଳୀୟ କାର୍ଯ୍ୟକ୍ରମ ରେ ପୁରୁଖା ନେତା ମାନଙ୍କ ଦେଖା ମିଳୁନି। ନବ ନିର୍ବାଚିତ ବିଧାୟକ ମାନେ ପୁରୁଣା ବିଜେପି ନେତା ମାନଙ୍କୁ ନିଜ ପାଖରେ ପୁରେଇ ଦେଉନଥିବା ନେଇ ଏବେ ଚାରିଆଡେ ଆଲୋଚନା ହେଉଛି। ଏହି ଅଲୋଡ଼ା ନେତା ମାନଙ୍କୁ ଦଳୀୟ କାର୍ଯ୍ୟକ୍ରମ ରେ ବି ନୂଆ ନେତା ମାନେ ସାମିଲ କରୁଥିବା ଦେଖିବାକୁ ମିଳୁଛି। ୟେତ ଗଲା ପୁରୁଖା ନେତା ମାନଙ୍କ କଥା ସାଂସଦ ଓ ବିଧାୟକ ଏବଂ ଜିଲ୍ଲାର ଦୁଇ ମନ୍ତ୍ରୀ ମାନଙ୍କ ମଧ୍ୟରେ ଭଲ ସୁ ସମ୍ପର୍କ ନଥିବା ରାଜ ନୈତିକ ମହଲ ରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ପରିସ୍ଥିତି କୁ ଅନୁଧ୍ୟାନ କରି ସରପଞ୍ଚ ଓ ସମିତି ସଭ୍ୟ ନିଜର ସ୍ୱାର୍ଥ ସାଧନ ପାଇଁ ବିଜେଡ଼ି ରେ ଥାଇବି ବିଜେପି ରେ ମିଶ୍ରଣ ପର୍ବ ନାଁ ରେ ସ୍ଥାନୀୟ ନେତା ମାନେ ବାଃ ବାଃ ନେଉଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ସ୍ତରୀୟ ନିର୍ବାଚନ ରେ କିଏ କେତେ ପାଣିରେ ନେତା ମାନଙ୍କ ଅସଲ ପରୀକ୍ଷା ହେବ ବୋଲି ଆଲୋଚନା ହେଉଛି। ଦଳ ପାଇଁ ଅଲୋଡ଼ା ନେତା ମାନେ ନବ ନିର୍ବାଚିତ ନେତା ମାନଙ୍କୁ କିପରି ସହଯୋଗ କରିବେ ତାହା ସମୟ କହିବ। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ପ୍ରାୟ ସମସ୍ତ ପୁରୁଣା ଓ ପୁରୁଖା ନେତା ଅଲୋଡ଼ା ହୋଇ ପଡିଛନ୍ତି ଯାହାଫଳରେ ଦଳୀୟ ଗୋଷ୍ଠୀ କନ୍ଦଳ ପାଉଁଶ ତଳର ନିଆଁ ପରି କୁହୁଳୁଛି l ବ୍ରହ୍ମପୁର ବିଜେପି ର ଅତି ପୁରୁଣା ନେତା ମାନଙ୍କୁ ଅଣଦେଖା କରାଯାଇଛି, ଜିଲ୍ଲା ସଭାପତି ଘୋଷଣା ପରେ ଏହାକୁ ନେଇ ଚା ଖଟି ମାନଙ୍କ ରେ ଚର୍ଚ୍ଚା ଜୋର ଧରୁଛି ନୁଆଁ ଚେହେରା ରେ ସାଧାରଣ ନିର୍ବାଚନ ରେ ବିଜେପି ବାଜି ମାରିଲା ସତ କିନ୍ତୁ ବିଜେପି ଦଳକୁ ବଞ୍ଚାଇ ରଖିଥିବା ପୁରୁଣା ନେତା କର୍ମୀ ମାନଙ୍କୁ କୋଣ ଠେସା କରିଦିଆ ଗଲା ଏହା ଦୁର୍ଭାଗ୍ୟ ନୁଁହେତ ଆଉ କଣ ବୋଲି ରାଜନୀତି ପଣ୍ଡିତ ମାନେ ମତ ଦେଲେଣି ଦେଖାଯାଉ ଆଗାମୀ ପଂଚାୟତ ନିର୍ବାଚନ ହିଁ ଏହାର ମୁକ ସାକ୍ଷୀ ହୋଇ ରହିବ l
Sign in
Sign in
Recover your password.
A password will be e-mailed to you.