ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ: ୫ ଓ ୬ ରେ କାଉଣ୍ଟରରେ ଏବଂ ୨ ରେ ଅନଲାଇନରେ ଟିକେଟ ବିକ୍ରି

କଟକ : ଫେବ୍ରୁଆରୀ ୯ରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ୍ ।  ଆସନ୍ତା ଫେବୃୟାରୀ ମାସ ଦୁଇ ତାରିଖରୁ ଅନ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ। ଅନଲାଇନ୍ ମୋଡ ରେ ବିକ୍ରି ହେବ ମୋଟ ୪ ହଜାର ଟିକେଟ। ଫେବୃଆରୀ ମାସ ୭,୮,୯ ତାରିଖରେ ଅନଲାଇନ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଟିକେଟ ସଂଗ୍ରହ କରି ପାରିବେ।

ଭୁବନେଶ୍ୱର କ୍ୟାମବ୍ରିଜ ସ୍କୁଲ ଓ କିଟ୍ ବିଶ୍ଵବିଦ୍ୟାଳୟ ପରିସର କାଉଣ୍ଟର ରୁ ସଂଗ୍ରହ କରିବେ ଅନଲାଇନ୍ ବୁକିଂ ର ହାର୍ଡ କପି। ୭-୮ ତାରିଖ ଦୁଇ ଦିନ ପୂର୍ବାହ୍ନ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ୯ ତାରିଖ ଦିନ ସକାଳ ୭ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର।

ଏହି ଦୁଇଟି ସ୍ଥାନରେ ତିନିଟି ଲେଖାଏଁ କାଉଣ୍ଟର ରହିବ। ଫେବୃଆରୀ ୩ ଓ ୪ ତାରିଖରେ ଅନୁବନ୍ଧିତ ସଂଘ ଗୁଡ଼ିକୁ ଟିକେଟ ବିକ୍ରି କରାଯିବ। ଫେବୃଆରୀ ମାସ ୫ ଓ ୬ ତାରିଖ ଦୁଇ ଦିନ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ।

ଷ୍ଟାଡିୟମର ସ୍ଥିତି ପରଖିଲେ ପୋଲିସ କମିଶନର ଏବଂ ମୁଖ୍ୟ ଅଗ୍ନିଶମ ଅଧିକାରୀ। ୫୦ ହଜାର ଲୋକଙ୍କ ସମାଗମ ହେବାକୁ ଯାଉଛି । ତେଣୁ ଷ୍ଟାଡିୟମ ପରିସରରେ କିପରି ଶୃଙ୍ଖଳା ବଜାୟ ରହିବ ଏବଂ ଟିକେଟ ବିକ୍ରି ପାଇଁ କୌଣସି ସମସ୍ୟା ରହିବ ନାହିଁ ତା ଉପରେ ଜୋର ଦେଇଛନ୍ତି ପୋଲିସ କମିଶନର।

ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ସହିତ ଟ୍ରାଫିକ ପରିଚାଳନା ଉପରେ ବିଶେଷ ଦୃଷ୍ଟି ରହିବ । ପାର୍କିଂ ସ୍ଥାନ ଗୁଡିକରେ CCTV ଲଗାଯିବ । ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନଥିବା କହିଛନ୍ତି କଟକ ଜିଲ୍ଲାପାଳ ।

nis-ad
Leave A Reply

Your email address will not be published.