ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ” ପକ୍ଷରୁ ବରିଷ୍ଠ କଳାକାର ଚନ୍ଦ୍ରଧ୍ଵଜ ପଣ୍ଡାଙ୍କ ବିୟୋଗରେ ଏକ ଶୋକ ସଭା ସ୍ଥାନୀୟ ସୁବାରାଓ ଛକ ସ୍ଥିତ ସଙ୍ଘ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସର୍ବଶ୍ରୀ ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ବଳଦେବ ସାହୁ, ନାଟ୍ୟକାର ତ୍ରିପତି ନାୟକ, ପ୍ରଦୀପ କୁମାର ସାହୁ ପ୍ରମୁଖ ଦିବଂଗତ କଳାକାରଙ୍କ ସ୍ମୃତି ଚାରଣ କରିଥିଲେ। ବରିଷ୍ଠ ଯାତ୍ରା ଅଭିନେତା ରାଜେନ୍ଦ୍ର ମୋହନ ପତି, ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ ନିର୍ଦ୍ଦେଶକ ସୁଦାମ ଚରଣ ପଟ୍ଟନାୟକ ଏବଂ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଭିଡିଓ କନଫରେନ୍ସ ଯୋଗେ ଶୋକ ବ୍ୟକ୍ତ କରିଥିଲେ। ସଙ୍ଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାକ୍ ସୂଚନା କ୍ରମରେ ଦିବଂଗତ ଚନ୍ଦ୍ରଧ୍ଵଜ ପଣ୍ଡା ଜଣେ ନିଷ୍ଠାପର ତଥା ପ୍ରତିଭାଦୀପ୍ତ ମଞ୍ଚ କଳାକାର ଥିଲେ ଏବଂ ତାଙ୍କର ବିୟୋଗ ଗୋଷାଣୀ ନୂଆଗାଁ ବଡ ଆଖଡ଼ା ତଥା ସମଗ୍ର ବ୍ରହ୍ମପୁର ସହରର ନାଟ୍ୟ ସଂସ୍କୃତି ପ୍ରତି ବିରାଟ କ୍ଷତି ଘଟିଥିବା ପ୍ରକାଶ କରିଥିଲେ। ଦିବଂଗତ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା। ସେହିଭଳି ସ୍ୱାସ୍ଥ୍ୟଗତ କାରଣରୁ ଆଇସିୟୁରେ ଭର୍ତ୍ତି ହୋଇଥିବା ଜନୈକ ସଂଘ ସଦସ୍ୟ କିଶୋର କାପୁରଙ୍କ ଆରୋଗ୍ୟ କାମନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଅଭିରାମ ରାଉଳ, ଜି. କାମରାଜୁ ପାତ୍ର,ମହେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, କୁନୁ ବେହେରା, ବି. ପ୍ରସାଦ, ବାବୁ ନାହାକ, କିଶୋର ମହାରଣା, ଟି. ତାରିଣୀ ରାଓ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.