କଣାସରେ ଝାଡ଼ାବାନ୍ତି ବ୍ୟାପିବା ମାମଲା, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର : କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି । ୧୦ ଦିନ ହେଲା ହଇଜା ବ୍ୟାପୁଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ଦାୟିତ୍ବହୀନତା କାରଣରୁ ହଇଜା ସ୍ଥିତି ଉପୁଜିଥିବା ଅଭିଯୋଗ କରିଛି ବିଜେଡି । ଘଟଣାକୁ ୧୦ ଦିନ ବିତି ଯାଇଥିଲେ ବି ସ୍ୱାସ୍ଥ୍ୟମନ୍ତ୍ରୀ କି ସରକାରଙ୍କ କୌଣସି ପ୍ରତିନିଧି ଯାଇନାହାନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଉମା ସାମନ୍ତରାୟ ଓ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

୧୦ ଦିନ ପରେ ସ୍ଥାନୀୟ ବିଧାୟକ ଦିଲ୍ଲୀରୁ ଫେରି ଲୋକଙ୍କ ପାଖକୁ ଯାଇଥିବା ବେଳେ ଲୋକମାନେ ତାଙ୍କୁ ସମାଲୋଚନା କରିଛନ୍ତି । ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏପର୍ଯ୍ୟନ୍ତ ସବୁଠି ପହଞ୍ଚି ପାରିନାହିଁ ପିଇବା ପାଣି । ଆମ୍ବୁଲାନ୍ସ ବି ଲୋକଙ୍କୁ ଯୋଗାଇ ଦିଆଯାଇ ପାରୁନାହିଁ । ଅବ୍ୟବସ୍ଥା କାରଣରୁ PHCରେ ତାଲା ପଡୁଛି । ସରକାର ବଦଳିବା ପରେ ମେଡ଼ିକାଲରେ ଡାକ୍ତର କି କୌଣସି ଷ୍ଟାଫ ରହୁ ନାହାନ୍ତି ।

ଏଭଳି ସ୍ଥିତିରେ ଯେଉଁ ଲୋକମାନେ ମରିଛନ୍ତି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ବିଜେଡି ଦାବି କରିଛି ବିଜେଡି । କଣାସ ବ୍ଲକ ଓ ସାକ୍ଷୀ ଗୋପାଳ ଅଞ୍ଚଳରେ ପିଇବା ପାଣି ପାଇଁ ୨୮୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଥିଲେ ବିଜେଡି ସରକାର । ୯୦ ପ୍ରତିଶତ କାମ ସରିଥିବା ବେଳେ ସରକାର ବଦଳିବା ପରେ ଅବଶିଷ୍ଟ କାମ ଅଟକେଇ ଦିଆଯାଇଛି । ଦୟାନଦୀ ଉପରେ ଯେଉଁମାନେ ନିର୍ଭର କରୁଛନ୍ତି ସେମାନଙ୍କ ଏ ଅବସ୍ଥା । ସ୍ଥିତି ନ ସୁଧୁରିଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ ହେବ ବୋଲି ବିଜେଡି କହିଛି ।

nis-ad
Leave A Reply

Your email address will not be published.