ଏଣିକି ଓଡିଆରେ ଏମବିଏ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ ଏମବିଏ (ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍) ଶିକ୍ଷା ପାଇବେ । ଏନେଇ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଆଇଜିଏନଓୟୁ) ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଏମବିଏପୁସ୍ତକ ପ୍ରସ୍ତୁତ କରିଛି । ଏନେଇ ସୂଚନା ଦେଇଛନ୍ତି ଆଇଜିଏନଓୟୁର ପ୍ରଫେସର ନୟନତାରା ପାଢ଼ୀ ।

ପ୍ରଫେସର ନୟନତାରା ପାଢ଼ୀ କହିଛନ୍ତି ଯେ, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ଦୃଷ୍ଟିରୁ ସାର୍ବଜନୀନ ମୁକ୍ତ ଏବଂ ଦୂରଶିକ୍ଷା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାରେ ଏମବିଏ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।

ଓଡ଼ିଆ ଭାଷାରେ ଏମବିଏ ପୁସ୍ତକ ପ୍ରକାଶନ ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରୟାସକୁ ପ୍ରଶଂସା କରିଛନ୍ତି ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରର ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦୃଢ଼ୋକ୍ତି କରିଥିଲେ ଯେ ଏହା ଓଡ଼ିଶାର ଏମବିଏ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ସାହାଯ୍ୟ କରିବ ।

nis-ad
Leave A Reply

Your email address will not be published.