କଟକ : ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାରେ ଆଉ ଦୁଇ ଜଣ କୁ ଗିରଫ କରିଛି କମିଶନରେଟ ପୋଲିସ । ଗୋପୀ ଓରଫ ରଜନୀକାନ୍ତ ବେହେରା ଓ ଡି ଶିବ କୁମାର ଦୋରାକୁ ଗିରଫ କରିଛି କଟକ କମିଶନରେଟ ପୋଲିସ ।
ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୂର୍ଵରୁ 4 ଜଣ ଗିରଫ ହୋଇ ଥିଲେ । ଭାରତରେ ଚାକିରି ଦେବାର ଲୋଭ ଦେଖାଇ ଦୁଇ ଜଣ ଦଲାଲ ପଶ୍ଚିମବଙ୍ଗ ବାଟ ଦେଇ ନାବାଳିକାଙ୍କୁ ଓଡିଶା ଆଣି ଥିଲେ ।
ଏବଂ ପରେ ସମ୍ପୃକ୍ତ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରେ ବର୍ତ୍ତମାନ ସୁଦ୍ଧା 6 ଜଣ ଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। 6 ଜଣଙ୍କ ଭିତରେ 4 ଜଣ ପୁରୁଷ ଓ ଦୁଇ ମହିଳା ରହିଛନ୍ତି । ଅନ୍ୟପଟେ ନାବାଳିକାଙ୍କୁ ତାଙ୍କ ଦେଶକୁ ଫେରାଇବା ପାଇଁ ପକ୍ରିୟା ଜାରି ରହିଛି ବୋଲି କହିଛନ୍ତି କଟକ ଡିସିପି।