ଭୁବନେଶ୍ୱର : ସୁଭଦ୍ରାଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡାଙ୍କ ବଡ଼ ବୟାନ । ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । 20 ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟରେ ମିଳିବ ଟଙ୍କା । ଜିଲ୍ଲା ରିଭିୟୁରେ ଆସିଲା ବଡ଼ ତଥ୍ୟ । ଉପମୁଖ୍ୟମନ୍ତ୍ରୀ କହିଲେ ଅନେକ ମାଇଗ୍ରାଣ୍ଟ ମହିଳା ରାଜ୍ୟ ବାହାରେ ଅଛନ୍ତି ।
ଉପମୁଖ୍ୟମନ୍ତ୍ରୀ କହିଲେ ଅନେକ ମାଇଗ୍ରାଣ୍ଟ ମହିଳା ରାଜ୍ୟ ବାହାରେ ଅଛନ୍ତି । ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି । ସେମାନେ ଜଲଦି ଆବେଦନ କରନ୍ତୁ ସରକାର ତାଙ୍କୁ ବି ସୁଭଦ୍ରା ଟଙ୍କା ଦେବେ ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ ।
ଶେଷ ହିତାଧିକାରୀଙ୍କ ପାଖରେ ସରକାର ପହଞ୍ଚିବେ । ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ବହୁତ ଜଲଦି ମିଳିବ । 20 ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପ୍ରଯାୟରେ ଟଙ୍କା ମିଳିବ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।