ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସର ମାଲିକ ଏଲନ ମସ୍କ ଏଥର ନିଜ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି । ମସ୍କ ଏକ୍ସରେ ଭିନ୍ନ ଢଙ୍ଗରେ ନିଯୁକ୍ତି ପାଇଁ ପୋଷ୍ଟ କରିଛନ୍ତି । ମସ୍କ ପୋଷ୍ଟରେ ଲେଖିଛନ୍ତି କି ‘ଆପଣ କେଉଁଯାଏଁ ପଢିଛନ୍ତି ଆମର ଦରକାର ନାହିଁ । ଆପଣ ସ୍କୁଲରେ ପଢିଛନ୍ତି କି ନାହିଁ ଆବଶ୍ୟକ ନାହିଁ । ଯଦି ଆପଣ କେବଳ ହାର୍ଡକୋର ସଫ୍ଟଓ୍ବେୟାର ଇଞ୍ଜିନିୟର ତେବେ ଆମକୁ ସମ୍ପର୍କ କରନ୍ତୁ ।’
ଏହା ପ୍ରଥମ ଥର ନୁହେଁ ଯେବେ ମସ୍କ ନିଯୁକ୍ତି ସମୟରେ ସାଧାରଣ ଶିକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ମଧ୍ୟ ସେ ଡିଗ୍ରୀ ଅପେକ୍ଷା ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେଇଆସିଛନ୍ତି । ୨୦୧୪ରେ ସେ ସ୍ପଷ୍ଟ କରିଥିଲେ କି ଟେସଲାରେ କାମ କରିବା ପାଇଁ କୌଣସି ବିଶ୍ବବିଦ୍ୟାଳୟର ଡିଗ୍ରୀର ଆବଶ୍ୟକତା ନାହିଁ । ତାଙ୍କ ବିଚାରରେ ଏହା ଯୋଗ୍ୟତା ସମ୍ପର୍କରେ ନୁହେଁ ଯେ କିଏ କେତେ ପଢିଛନ୍ତି ବରଂ କିଏ କେତେ କାମ କରି ଦେଖାଇ ପାରିବ ତାହା ଗୁରୁତ୍ବପୂର୍ଣ୍ଣ ।
କହିରଖୁଛୁ ମସ୍କ ଏକ୍ସକୁ ଏମିତି ଏକ ସିଙ୍ଗଲ ପ୍ଲାଟଫର୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି ଯାହା ପେମେଣ୍ଟ, ମେସେଜ୍, ଇ-କମର୍ସ ଓ ମଲ୍ଟିମିଡିଆ ଭଳି ସମସ୍ତ ସେବା ଯୋଗାଇ ପାରିବ । ଚୀନର ଓ୍ବିଚାଟ୍ ଏମିତି ଏକ ଆପ୍ ଯାହା ସେଠାରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ । ଏହି ଗୋଟିଏ ଆପ୍ ବ୍ୟବହାର କରି ୟୁଜର୍ ସପିଂ, ପେମେଣ୍ଟ, ସେସିଆଲ ନେଟଓ୍ବର୍କିଂ ଆଦି କରିପାରନ୍ତି ।