ବାରଣାସୀ ୧୫।୧ : କାଶୀ ବାସିନ୍ଦା ପ୍ରଶିଦ୍ଧ ସରୋଦ ବାଦକ ପଣ୍ଡିତ ଅମିତ ଭଟ୍ଟାଚାର୍ଯ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆମେରିକାର ଦ୍ୱିତୀୟବାର ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜାନୁୟାରୀ ୨୦ ତାରିଖ ଦିନ ପଣ୍ଡିତ ଭଟ୍ଟାଚାର୍ଯ୍ୟଙ୍କ ୱାସିଂଟ ଯିବାର ଥିଲା। ତେବେ କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ଭଟ୍ଟାଚାର୍ଯ୍ୟ ମଧ୍ୟ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।
ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହରେ ଭାଗ ନେବା ପାଇଁ ମଲ୍ଟି କଲଚରାଲ କୋଲିସନ ଇନାଗରାଲ କମିଟିର ଚେୟାରମ୍ୟାନ ଡା.ଜେ.ମାର୍କ ବନର୍ସ ପଣ୍ଡିତ ଭଟ୍ଟାଚାର୍ଯ୍ୟଙ୍କୁ ଜାନୁୟାରୀ ୭ ତାରିଖ ଦିନ ନିମନ୍ତ୍ରଣପତ୍ର ପଠାଇଥିଲେ। ଏହି ନିମନ୍ତ୍ରଣରେ ଶପଥଗ୍ରହଣ ଉତ୍ସବ ପରେ ବିଶ୍ୱର ବିଶିଷ୍ଟ କୂଟନୀତିଜ୍ଞଙ୍କ ହେବାକୁ ଥିବା ପାର୍ଟିରେ ମଧ୍ୟ ସେ ଯୋଗ ଦେବେ ବୋଲି ଆଗ୍ରହ କରାଯାଇଥିଲା। ଏଥିପାଇଁ ପଣ୍ଡିତ ଭଟ୍ଟାଚାର୍ଯ୍ୟ ୱାସିଂଟନ ଯିବା ପାଇଁ ଚାର୍ଟାର୍ଡ ପ୍ଲେନ କମ୍ପାନୀ ସହିତ କଥାବାର୍ତ୍ତା ମଧ୍ୟ କରିଦେଇଥିଲେ।
ତେବେ ଇତିମଧ୍ୟରେ ସେ ଜାଣିବାକୁ ପାଇଲେ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଉ ନାହାନ୍ତି। ଏହା ପରେ ସେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ‘ଯେତେବେଳେ ଆମ ପ୍ରଧାନମନ୍ତ୍ରୀ ଯାଉ ନାହାନ୍ତି ମୋ ଯିବାର ଅର୍ଥ କଣ?’ ପଣ୍ଡିତ ଅମିତ ଭଟ୍ଟାଚାର୍ଯ୍ୟ ପ୍ରଖ୍ୟାତ ସରୋଦ ବାଦକ ଓସ୍ତାଦ ଅଲାଉଦ୍ଦିନ ଖାନଙ୍କ ଶିଷ୍ୟ ପଣ୍ଡିତ ଜ୍ୟୋତିନ ଭଟ୍ଟାଚାର୍ଯ୍ୟଙ୍କ ପୁତ୍ର। ପଣ୍ଡିତ ଅମିତ ଭଟ୍ଟାଚାର୍ଯ୍ୟ ‘ନାଦ ବ୍ରହ୍ମ’ର ମୌନ ସାଧକ।
ଉଲ୍ଲେଖଯୋଗ୍ୟ ଯେ ୪ ନଭେମ୍ବର ୨୦୨୪ରେ ଅନୁଷ୍ଠିତ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ପରାସ୍ତ କରି ପୁଣି ଥରେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଜାନୁୟାରୀ ୨୦ ତାରିଖ ଦିନ ଟ୍ରମ୍ପ ଦେଶର ରାଷ୍ଟ୍ରପତି ରୂପେ ଅଧିକାରୀକ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଟ୍ରମ୍ପଙ୍କ ଏହି ଇନାଗରାଲ ସେରିମନିକୁ ନେଇ ଏପର୍ଯ୍ୟନ୍ତ ବିବାଦ ଲାଗି ରହିଛି। କୁହାଯାଉଛି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ।
Sign in
Sign in
Recover your password.
A password will be e-mailed to you.