ଭୁବନେଶ୍ଵର: ବଡ ଖବର । ଜାନୁଆରୀ ଶେଷ ସୁଦ୍ଧା ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଯାବତ୍ ସୁଭଦ୍ରାରେ ପୁଣି ୧୭ ହଜାର ମହିଳା ସାମିଲ୍ ହୋଇଛନ୍ତି । ଅପ୍ଟ ଆଉଟ୍ ହୋଇଥିବା ୧୭ ହଜାର ମହିଳା ପୁଣିଥରେ ମିଶିଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦିନ ଭିତରେ ୩୧ ହଜାର ମହିଳା ଅପ୍ଟ ଆଉଟ୍ ହୋଇଥିଲେ । ସେଥିରୁ ପୁଣି ୧୭ ହଜାର ମହିଳା ମିଶିଛନ୍ତି । ବାକି ୧୪ ହଜାର ମହିଳା ଅପ୍ଟ ଇନ୍ ନ କରିପାରନ୍ତି । ବୋଧହୁଏ ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି । ତେଣୁ ଅପ୍ଟ ଇନ୍ କରିନାହାଁନ୍ତି । ସେହିପରି ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳା କେୱାଇସି ଅପ୍ଡେଟ୍ କରିନାହାନ୍ତି । ତେଣୁ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପ୍ଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା । ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ତା’ ପୂର୍ବରୁ କେୱାଇସି ଅପଡେଟ୍ କରନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।