ଆୟକର ବିଭାଗର ବଡ ଧରଣର ରେଡ୍, ଠିକାଦାର ପୃଥ୍ବୀରାଜ ପାତ୍ରଙ୍କ ଘର ଓ ଅଫିସରେ ଚଢ଼ାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ବଡ ଧରଣର ଚଢାଉ ।  ଏକାଧିକ ସ୍ଥାନରେ ବର୍ତ୍ତମାନ ଚଢାଉ ଜାରି ରହିଛି ।  କଣ୍ଟାବାଞ୍ଜି ସହରରେ ଥିବା ଠିକାଦାର ପୃଥିରାଜ ପାତ୍ରଙ୍କ ଘର ଓ ଅଫିସରେ ଚଢ଼ାଉ କରାଯାଇଛି ।  ବଙ୍ଗୋମୁଣ୍ଡା ଗାଁରେ ଥିବା ଠିକାଦାର କିଶନଲାଲ ଅଗ୍ରୱାଲଙ୍କ ଘରେ ଏବଂ ତାଙ୍କ ଅଫିସରେ ଚଢାଉ କରାଯାଇଛି ।

କଣ୍ଟାବାଞ୍ଜିର ଠିକାଦାର ଜଗଦୀପ ବଂସଲଙ୍କ କ୍ରସରରେ ମଧ୍ୟ ଆୟକର ବିଭାଗ ଚଢାଉ କରୁଛି ।  ଆୟକର ବିଭାଗ ଚଢ଼ାଉ ଜାରି ରଖି ବିଭିନ୍ନ କାଗଜ ପତ୍ରକୁ ଯାଞ୍ଚ କରୁଛି ।  ସୁବର୍ଣ୍ଣପୁର ଜିଲ୍ଲାର ରାମଚଣ୍ଡି କନଷ୍ଟ୍ରକ୍ସନ କମ୍ପାନୀରେ ଆୟକର ବିଭାଗର ଚଢାଉ ।

ଗତ ରାତି ୩ଟାରୁ ଆୟକର ବିଭାଗର ବିଭିନ୍ନ ଟିମ କମ୍ପାନୀର ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାସ୍ଥିତ ମୁଖ୍ୟ କାର୍ଯ୍ୟାଳୟ,ସୋନପୁର ଏବଂ ବୌଦ୍ଧ ଜିଲ୍ଲା ବିଜାପଦର ଥିବା କ୍ରସର ଉପରେ ଚଢାଉ କରିଛି ।  ଆୟକର ଫାଙ୍କିବା ଅଭିଯୋଗରେ ବିଭାଗ ପକ୍ଷରୁ ଏହି ଚଢାଉ ଜାରି ରହିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.