ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି । ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇବା ଘଟଣା ଘଟିଛି। ମାନବିକତା ହରାଇଥିବା କେହି ଜଣେ ମଣିଷ ନବଜାତ ଶିଶୁର ମୃତଦେହକୁ ରାସ୍ତାକଡ଼ରେ ପକାଇ ଦେଇଥିବା କୁହାଯାଉଛି । ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇଥିଲା । ଏଭଳି ବିଭତ୍ସ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ।
ଖବର ପାଇ ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ନବଜାତକର ମୃତଦେହକୁ ଉଦ୍ଧାର କରି ପୁଲିସ୍ ପୋଷ୍ଟମର୍ଟମ ପାଇଁ ପଠାଇଛି।
Sign in
Sign in
Recover your password.
A password will be e-mailed to you.