କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ବଡ଼ ଭେଟି, ୮ମ ବେତନ ଆୟୋଗ ଗଠନକୁ ମଞ୍ଜୁରି

ନୂଆଦିଲ୍ଲୀ: ମୋଦୀ ସରକାର ଗୁରୁବାର କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି । କେନ୍ଦ୍ରର ମୋଦୀସରକାର ଅଷ୍ଟମ ବେତନ ଆୟୋଗକୁ ମଞ୍ଜୁରି ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶର କୋଟି କୋଟି ସରକାରୀ କର୍ମଚାରୀଙ୍କ ଦରମାରେ ବମ୍ପର ବୃଦ୍ଧି ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଷ୍ପତ୍ତି ବାବଦରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ସଂଶୋଧନ ପାଇଁ ସରକାର ୮ମ ବେତନ ଆୟୋଗକୁ ମଞ୍ଜୁରି ଦେଇଛନ୍ତି ।
ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧୯୪୭ରୁ ଏବେ ସୁଦ୍ଧା ସପ୍ତମ ବେତନ ଆୟୋଗ ଲାଗୁ ହୋଇସାରିଛି । ପିଏମ୍ ମୋଦୀ ଏକ ନିୟମିତ ପେ’ କମିଶନ ପାଇଁ ସଂକଳ୍ପ ନେଇଥିଲେ, ସେହି ହିସାବରେ ୨୦୧୬ ମସିହାରେ ସପ୍ତମ ବେତନ ଆୟୋଗ ଆରମ୍ଭ ହୋଇଥିଲା । ଏହା ୨୦୨୬ ଯାଏଁ ଚାଲିବାର ଥିଲା, କିନ୍ତୁ ଏହାର ଗୋଟିଏ ବର୍ଷ ପୂର୍ବରୁ ହିଁ ସରକାର ଅଷ୍ଟମ ପେ’ କମିଶନକୁ ଅନୁମୋଦନ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ପ୍ରତି ୧୦ ବର୍ଷରେ ବେତନ ଆୟୋଗ ଗଠନ କରାଯାଇଥାଏ । କର୍ମଚାରୀଙ୍କ ଦରମା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଆଯାଉଥିବା ପେନ୍‌ସନ୍‌ରେ ସଂଶୋଧନ ପାଇଁ ଏଥିରେ ସୁପାରିସ କରାଯାଇଥାଏ । ଦରବୃଦ୍ଧି ସମେତ ଅନେକ ଦିଗକୁ ଦୃଷ୍ଟିରେ ରଖି ଦରମା ଏବଂ ପେନ୍‌ସନ୍‌ରେ ବୃଦ୍ଧି କରାଯାଇଥାଏ । ୨୦୧୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱଧୀନ ସରକାର ୨୦୧୪ରେ ସପ୍ତମ ବେତନ ଆୟୋଗ ଗଠନ କରିଥିଲେ । ଏହାପରେ ୨୦୧୬ରେ କମିଶନର ସୁପାରିଶକୁ ମୋଦୀ ସରକାର ଲାଗୁ କରିଥିଲେ । ସପ୍ତମ ବେତନ ଆୟୋଗ ପୂର୍ବରୁ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ବେତନ ଆୟୋଗର କାର୍ଯ୍ୟକାଳ ବି ୧୦-୧୦ ବର୍ଷ ଥିଲା । ଏହି କାରଣରୁ ସରକାରୀ କର୍ମଚାରୀ ଦୀର୍ଘ ଦିନରୁ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଦାବି କରି ଆସୁଥିଲେ ।

nis-ad
Leave A Reply

Your email address will not be published.