ମାଲକାନଗିରି : ଗତକିଛି ଦିନ ତଳେ ସୀମାନ୍ତ ଛତିଶଗଡ଼ ରେ ମାଓବାଦୀ ଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ପରେ କୁମ୍ବି ଅପରେସନ କୁ ଜୋରଦାର କରାଯାଇଛି । ଯାହାର ପରିମାଣ ଦେଖିବାକୁ ମିଳିଛି ସୀମାନ୍ତ ରାଜ୍ୟ ଛତିଗଡ଼ ରେ । ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷା କର୍ମିଙ୍କୁ ମିଳିଛି ବଡ ସଫଳ । କୁମ୍ବିଂ ଅପରେସନ ବେଳେ ଜଙ୍ଗଲ ଜଙ୍ଗଲ ଭିତରୁ ଜବାନ ମାନେ ଠାବ କଲେ ବଡ ଧରଣର ମାଓ ଡମ୍ଫ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀ ମାନେ ଲୁଚାଇ ରଖିଥିବା ଏହି ଡମ୍ପ ଭିତରୁ ୧୪ଟି ଭାର୍ମର ବନ୍ଧୁକ ଓ ୧୪ଟି ଟିଫିନ୍ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରି ଜବତ କରାଯାଇଛି । ପୁଙ୍ଗାରପାଲ ଥାନା ଅନ୍ତର୍ଗତ କୁଟୁର ଏବଂ ତୁମ୍ରିୱାଲ ଅଞ୍ଚଳରେ ସୁରକ୍ଷା ବାହିନୀର କମ୍ବିଂ ଚାଲିଥିବ ବେଳେ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଛି। ମାଓବାଦୀଙ୍କୁ ମୂଳପୋଛ କରିବା ଲାଗି ଛତିଶଗଡରେ DRG ଓ ବସ୍ତରର ଫାଇଟର ବାହିନି ପକ୍ଷରୁ ମିଳିତ ଅପରେସନ ଜାରି ରହିଛି । ଏହିଭଳି ଅପରେସନ ଯୋଗୁ ମାଓ ଶିବିରରେ ଆତଙ୍କ ଖେଳିଯାଇଥିବା ସୂଚନା ରହିଛି ।
Sign in
Sign in
Recover your password.
A password will be e-mailed to you.