ଛତିଶଗଡ଼ରେ ଏନକାଉଣ୍ଟର: ୩ ନକ୍ସଲ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି:  ଛତିଶଗଡ଼ରେ ପୁଣି ବଡ଼ ଧରଣର ଏନକାଉଣ୍ଟର ହୋଇଛି । ଏଠାରେ  ୩ ନକ୍ସଲ ନିହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୩ ମୃତ ନକ୍ସଲ ଚିହ୍ନଟ ହୋଇଛନ୍ତି । ଏବେ ମଧ୍ଯ ସର୍ଚ୍ଚ ଅପରେସନ ଜାରି ରହିଛି । ବିଜାପୁର ନେସନାଲ ପାର୍କ ଜଙ୍ଗଲରେ ବଡ଼ ଧରଣର ଚାଲିଛି ଏନକାଉଣ୍ଟର । ମାଓବାଦୀଙ୍କ ଉପସ୍ଥିତି ସଂପର୍କରେ ଜାଣିବା ପରେ କମ୍ବିଂ କରିଥିଲେ ମିଳିତ ସୁରକ୍ଷା ବାହିନୀ ।

ଅନ୍ୟପଟେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଠାବ କରିଛି ଏକ ନକ୍ସଲ ଡମ୍ପ । ସେଠାରୁ ଜବତ କରିଛି ଗୋଟିଏ ଅତ୍ୟାଧୁନିକ ଏସ୍‌ଏଲଆର ବନ୍ଧୁକ ଓ ଗୁଳି ସହିତ ନକ୍ସଲଙ୍କ ଦ୍ୱାରା ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ।

ଖବର ଅନୁଯାୟୀ, ମାଲକାନଗିରି ଏମ୍‌ଭି ୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଜଙ୍ଗଲରେ ଡିଭିଏଫ ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ମାଓ ଡମ୍ପ ଠାବ ହୋଇଥିଲା ।  ଯାହା ମଧ୍ୟରେ ରହିଛି ଗୋଟିଏ SLR ବନ୍ଧୁକ, SLR ମାଗାଜିନ, ଚାରିଟି ଚାର୍ଜର, 50 ଟି SLR ଗୁଳି ସହ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଛି। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜଙ୍ଗଲ ଭିତରେ ଲୁଚେଇ ରଖିଥିଲେ ବୋଲି ମାଲକାନଗିରି ଏସପି ବିବେକାନନ୍ଦ ଶର୍ମା କହିଛନ୍ତି ।

ସାଧାରଣ ଲୋକଙ୍କୁ ଅବା ସୁରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଏହି ଡମ୍ପକୁ ବ୍ୟବହାର କରିଥା’ନ୍ତେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମାଲକାନଗିରି ଏସ୍‌ପି ।

nis-ad
Leave A Reply

Your email address will not be published.