ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳଙ୍କୁ ବୁଧବାର ରାତିରେ ର୍ଦୁବ୍ୟବହାର ସହ ଧମକ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ପ୍ରକାରେ, ବିଜେଡି ନେତା ତଥା ହିଞ୍ଜିଳିକାଟୁ ବ୍ଳକ୍ ସରପଞ୍ଚ ସଂଘ ସଭାପତି ଭଉଳ ଘରେ ଥିବା ସମୟରେ ଉକ୍ତ ଗ୍ରାମର ପପୁନ ପ୍ରଧାନ ନାମକ ଜଣେ ଯୁବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକ ଜଣଙ୍କ ଭଉଳଙ୍କ ଘର ସମ୍ମୁଖରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଭଉଳ ଅଭିଯୋଗ କରିଛନ୍ତି। ଘଟଣା ନେଇ ସରପଞ୍ଚ ଭଉଳ ଫୋନ ଯୋଗେ ହିଞ୍ଜିଳି ଥାନାକୁ ଖବର ଜଣାଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ଆଣିଥିଲେ। ଘଟଣା ନେଇ ସରପଞ୍ଚ ଭଉଳ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୨୭/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ପପୁ ପ୍ରଧାନ ସିକିରି ଗ୍ରାମରେ ଥିବା ସମୟରେ ସରପଞ୍ଚଙ୍କ ଜଣେ ସମ୍ପର୍କୀୟ ନନ୍ଦିକ ଗ୍ରାମକୁ ଡାକି ନେଇଥିଲେ। ସେଠାରେ ନନ୍ଦିକ ସରପଞ୍ଚ ଭଉଳ ପୂର୍ବ ରାଜନୈତିକ ଶତ୍ରୁତା ରଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପପୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ- ୨୬/୨୫ ରେ ଏକ ମାମଲା ରୁଜୁ ହୋଇଛି । ଏ ସଂକ୍ରାନ୍ତରେ ସରପଞ୍ଚ ଭଉଳଙ୍କ ଜଣେ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଭାଜପା ଓ ବିଜେଡି ନେତୃମଣ୍ଡଳୀ ପରସ୍ପର ମଧ୍ୟରେ ଟଣାଓଟରା ଚାଲିଛି । ଆଗାମୀ ଦିନରେ ସଂପୃକ୍ତ ଘଟଣାକୁ କେନ୍ଦ୍ର କରି ରାଜନୈତିକ ଛକାପଞ୍ଝା ଘଟିବା ଆଶଙ୍କା ରହିଛି।
Sign in
Sign in
Recover your password.
A password will be e-mailed to you.
Next Post