ମାଲକାନଗିରି , ୦୯।୦୧ – ମାଲକାନଗିରି ଜିଲା ମାଥିଲି ସଦର ନୂଆଗୁଡା ସ୍ଥିତ ଡ. ବାବା ସାହେବ ଆମ୍ବେଦକର ବିଦ୍ୟାଳୟରେ ଆଜି କମ୍ବଳ ବଣ୍ଟନ କରାଯାଇଛି । ମାଲକାନଗିରି ଲୟାର ଆସୋସିଏସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ ଶହ ରୁ ଅଧିକ ଆଦିବାସୀ ପିଲାଙ୍କୁ କମ୍ବଳ ଓ ବେଡସିଟ୍ ଯୋଗାଇ ଦିଆଯାଇଛି । ଜିଲା ଲୋୟର ଆସୋସିଏସନ୍ ର ସଭାପତି ନୃସିଂହ ଚରଣ ମହାନ୍ତିଙ୍କ ନେତୃତ୍ବରେ ସ୍ଥାନୀୟ ଓ ଜିଲାର ଆଇନଜୀବୀମାନେ ଏଥିରେ ସାମିଲ ହୋଇଥିଲେ । ସାଧାରଣ ଓ ଗରିବ ଶ୍ରେଣୀର ଆଦିବାସୀ ଛାତ୍ରଛାତ୍ରୀମାନେ ଶୀତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଥିଲିର ଉପାନ୍ତର ଆଦିବାସୀ ପିଲାଙ୍କୁ ନେଇ ମାଥିଲି ଠାରେ ଡ. ଭୀମାରାଓ ଆମ୍ବେଦକରଙ୍କ ନାମ ରେ ଇଂରାଜୀ ବିଦ୍ୟାଳୟ ହୋଇଛି । ତେବେ ବିଦ୍ୟାଳୟର ସମସ୍ତ ଗରିବ ପିଲାଙ୍କ ପାଇଁ ଲୋୟର ଆସୋସିଏସନ୍ ତରଫରୁ କମ୍ବଳ ଓ ବେଡସିଟ୍ ଯୋଗାଇ ଦିଆଯାଇଥିଲା । ୨ ଶହ ରୁ ଅଧିକ ପିଲାଙ୍କୁ ଶୀତ ଜାଡରୁ ରକ୍ଷା ପାଇଁ ଏହି ପ୍ରୟାସ କରାଯାଇଛି । ମାଲକାନଗିରି ଜିଲା ଲୋୟର ଆସୋସିଏସନ୍ ତରଫରୁ ଅନେକ ସେଚ୍ଛାସେବୀ କାର୍ଯ୍ୟ କରୁଥିବାବେଳେ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଅଂଚଳ କୁ ଯାଇ ଲୋକଙ୍କ ଆଇନ ସମ୍ବତ କାର୍ଯ୍ୟ କରି ନ୍ୟାୟ ଦେବାକୁ ପଦକ୍ଷେପ ନିଆଯିବ ବୋଲି ଆସୋସିଏସନ ତରଫରୁ ସୂଚନା ଦିଆଯାଇଛି । କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍ ର ଉପ ସଭାପତି ଅମିତ କୁମାର ବେବର୍ତ୍ତା , ଆଇନଜୀବୀ ହେମନ୍ତ କୁମାର ରାଜୁ , ଜୋସେଫ ଜେମ୍ପସ , ବିଜୁ ସରକାର , ଭୂଦେବ ମହାନିନ୍ଦିଆ , ବସନ୍ତ ସଗରିଆ , ରୁମ୍ପା ଦେବନାଥ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.