‘ସହଦେବ ନାୟକଙ୍କ ପରିବାରକୁ ୧ କୋଟି ସହାୟତା ସହ ତାଙ୍କ ପତ୍ନୀଙ୍କୁ ଚାକିରି ଦିଆଯାଉ’

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ରସୁଲଗଡ ଫ୍ଲାଏଓଭରେ ଘଟିଥିବା ପୋଲିସ ମିତ୍ର ସହଦେବ ନାୟକଙ୍କ ବିଭତ୍ସ ହତ୍ୟାକାଣ୍ଡ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିବାର ମାତ୍ର ଦଶ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ଘଟଣାରେ ମୃତ ସହଦେବଙ୍କ ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ, ସହଦେବଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ରାଶି ସହ ତାଙ୍କ ପତ୍ନୀଙ୍କୁ ଚାକିରି ପ୍ରଦାନ କରିବାକୁ ଦାବି ହୋଇଛି ।

ଏହି ଘଟଣାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଭୟର ବାତାବରଣ ଖେଳି ଯାଇଛି । ଲୋମ ଟାଙ୍କୁରୀ ଉଠୁଛି । ଆଶ୍ଚର୍ଯ୍ୟ ହେବେ ଏହାର ରହସ୍ୟ ଜାଣି, ସେ ପୋଲିସ ମିତ୍ର ଥିଲେ । ନିଶା ନିବାରଣ ପାଇଁ ଲଢେଇ କରୁଥିଲେ । ମୁଖ୍ୟ ଆସାମୀ ଯେଉଁମାନେ ନିଶା ବ୍ୟାପାରୀଙ୍କ ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ସେଥିପାଇଁ ତାଙ୍କୁ ରାଜରାସ୍ତାରେ ଆକ୍ରମଣ କରି ହତ୍ୟା କରାଗଲା । ବେକ କାଟି ଦେଲେ । ମୁଖ୍ୟ ଆସାମୀ ସମ୍ପର୍କରେ କିଛି ଦିନ ତଳେ ପୋଲିସକୁ ଖବର ଦେଇଥିଲା ସହଦେଵ । ଜେଲରୁ ଫେରି ସହଦେଵର ସୁପାରୀ ଦିଆଗଲା । ପୋଲିସ ଇନଫରମରକୁ ସୁରକ୍ଷା ନାହିଁ । ଚାରି ଆଡ଼େ ପୋଲିସ ଛାଉଣୀ ପ୍ରବାସୀ ଭାରତ ସମ୍ମିଳନୀ ପାଇଁ, ହେଲେ ଏତେ ସୁରକ୍ଷା ଭିତରେ ତାକୁ ହତ୍ୟା କଲେ । ଆଉ କେହି ପୋଲିସକୁ ସୂଚନା ଦେବାକୁ ଭୟ କରିବେ କାରଣ ଜୀବନ ପଳେଇବ । ସହଦେଵର ଦୁଇ ଟି ଛୋଟ ଝିଅ । ଏହି ଷଡଯନ୍ତ୍ର ପଛରେ କିଏ? ତାଙ୍କୁ ଧରା ଯାଉ ବୋଲି ଦବି କରିଛନ୍ତି ବିଧାୟକ ।

ବିଧାୟକ ଆହୁରି କହିଛନ୍ତି ଯେ, କଲ ଡିଟେଲ ରିପୋର୍ଟ ବାହାରିବା ଦରକାର । ପୋଲିସକୁ ସେ ଖବର ଦିଏ ବୋଲି ଅଭିଯୁକ୍ତ କେମିତି ଜାଣିଲେ? ପୋଲିସ ସୁରକ୍ଷା ଦେଲାନି ବୋଲି ତାଙ୍କର ହତ୍ୟ କରାଗଲା । ଶରୀରର 21 ସ୍ଥାନରେ ହଣା ଯାଇଛି, ସାଧାରଣ ଲୋକ ଏଠି ସୁରକ୍ଷିତ ନୁହେଁ । ନିରାପଦ ପାଇଁ ପ୍ରଶ୍ନ ଉଠୁଛି? ସହଦେଵ ପରୋପକାରୀ । ଫାଷ୍ଟ ଟ୍ରାକ କୋର୍ଟରେ ବିଚାର ହୋଇ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ବିଧାୟକ ।

ପୋଲିସକୁ ଖବର ଦେଲେ ଯଦି ମାରିବେ, ପୋଲିସ ଆମ ବନ୍ଧୁ କେମିତି ହେବ? ପୋଲିସ ଏକ କୋଟି କ୍ଷତିପୂରଣ ଦିଆଯାଉ ସହଦେଵଙ୍କ ପରିବାରକୁ । ଆଜି ଭୁବନେଶ୍ୱର ବିହାର ରଜ୍ୟ ଠାରୁ ବଳି ଗଲାଣି । ଭିଭିଆଇପି ଆସୁଛନ୍ତି ଏଠାକୁ, ହେଲେ ସୁରକ୍ଷା କୁଆଡେ ଗଲା? ଆଜି ସନ୍ଧ୍ୟା ସମୟରେ ସହଦେଵଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ରାଲି କରାଯିବ । କ୍ଷତିପୂରଣ ନ ମିଳିଲେ, 7 ଦିନ ପରେ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ।

ବିଭତ୍ସ ହତ୍ୟାକାଣ୍ଡ ନେଇ ଭୁବନେଶ୍ୱର ମେୟର ଭାବେ ମୁଁ ଲଜ୍ଜିତ । ଆଜି ସମସ୍ତେ ଆତଙ୍କିତ, ଭୁବନେଶ୍ୱର ସୁରକ୍ଷା ବଳୟରେ ରହି ଦିନରେ ଏପରି ହତ୍ୟାକାଣ୍ଡ ହେଇଛି, ଲୋକେ କେମିତ ରହିବେ? ଚିନ୍ତା ବଢିଛି, ସହଦେଵ ପୋଲିସ ମିତ୍ର ଥିଲେ । ହେଲେ ତାଙ୍କୁ ସୁରକ୍ଷା ନ ଦେଇ ପାରୁଥିଲେ, ସାଧାରଣ ଲୋକଙ୍କୁ ସୁରକ୍ଷା ଦେଵେ କେମିତି? କ୍ଷତିପୂରଣ ସହ ପତ୍ନୀଙ୍କୁ ଚାକିରୀ ଦିଆଯାଉ । ନ୍ୟାୟ ନ ମିଳିଲେ, ଆମେ ତାଙ୍କ ସହ ଠିଆ ହୋଇ ରହିଥିବୁ । ଏ କେସ୍ ତରବରିଆ ଭାବେ ବନ୍ଦ ନ କରାଯାଉ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ।

ଗତକାଲି ବିଭତ୍ସ ହତ୍ୟାକାଣ୍ଡରେ ସହଦେଵଙ୍କ ଦେହାନ୍ତ ହୋଇଛି । ତାଙ୍କ ହତ୍ୟା ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଚିନ୍ତା ବଢ଼ାଇଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଆସୁଛନ୍ତି, ହେଲେ ପୋଲିସ ନିଷ୍କ୍ରିୟ । ପୋଲିସ ମିତ୍ର ଯଦି ସୁରକ୍ଷିତ ନୁହେଁ, ସାଧାରଣ ଲୋକ କେମିତି ସୁରକ୍ଷା ପାଇବେ । ବିମାନ ବନ୍ଦରରୁ ବ୍ରାଉନ ସୁଗାର ମିଳୁଛି. ଏଥିପାଇଁ ହତ୍ୟା ହୋଇଛି. ହତ୍ୟାକାଣ୍ଡର ପ୍ରକୃତ କାରଣ ବାହାରକୁ ଆସିବା ଦରକାର । ସରକାର ତୁରନ୍ତ ନ୍ୟାୟ ଦିଅନ୍ତୁ ସହଦେଵଙ୍କ ପରିବାରକୁ ବୋଲ ଦାବି କରିଛନ୍ତ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ।

nis-ad
Leave A Reply

Your email address will not be published.