ବର୍ଷକ ଭିତରେ ଓଡ଼ିଶା ହେବ ଆଇଟି ହବ୍, ଖୁବଶୀଘ୍ର ସେଗୁଡ଼ିକର ଡିପିଆର ପ୍ରସ୍ତୁତ କରାଯିବ : କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

ଭୁବନେଶ୍ୱର : ବର୍ଷକ ଭିତରେ ଓଡ଼ିଶା ହେବ ଆଇଟି ହବ୍  । ବିରାଟ ଆଇଟି, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ ଲର୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି 4.0 କ୍ଷେତ୍ର ପାଇଁ ଯୁବକ ଯୁବତୀମାନଙ୍କୁ ପାରଙ୍ଗମ କରାଯିବ । ଓଡ଼ିଶାକୁ ବିରାଟ ଆଇଟି ହବରେ ପରିଣତ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଛି ।  ଏନେଇ ଦୁଇ ତିନି ମାସ ଭିତରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ।

ଓଡ଼ିଶାରେ ରେଳବାଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଗୋଟି ଗୋଟି କରି ପ୍ରକଳ୍ପଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ବିଜେପି ସରକାର ଆସିବା ପରେ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଥିଲା । ସେଥିରୁ କେତେଗୁଡିଏ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ଆଉ କିଛି ନୂଆ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଖୁବଶୀଘ୍ର ସେଗୁଡ଼ିକର ଡିପିଆର ପ୍ରସ୍ତୁତ କରାଯିବ ।

nis-ad
Leave A Reply

Your email address will not be published.