ବ୍ରହ୍ମପୁର: ଆସିକା ସମଗ୍ର ଏସିଆ ମହାଦେଶରେ ସମବାୟ ନଗରୀ ରୂପେ ମାନ୍ୟତା ଗ୍ରହଣ କରିଥିଲା। ଆସିକା ଠାରେ ୧୯୩୯ ମସିହାରେ ବହୁମୁଖୀ ସମବାୟ ସେବା ସମିତି ପକ୍ଷରୁ ୧୯୫୭ ମସିହାରେ ଭାରତୀୟ ପେଟ୍ରୋଲ ପମ୍ପ ନିର୍ମାଣ କରାଯାଇଥିଲା। ଯେଉଁ ଦିନ ଠାରୁ ଏହି ପେଟ୍ରୋଲ ପମ୍ପ ସ୍ଥାପିତ ହୋଇଥିଲା ସେ ଦିନରୁ ଏମପିସିଏସ ପରିଚାଳନା ପରିଷଦ ହାତରେ ପରିଚାଳିତ ହୋଇ ଆସୁଥିଲା। ଯେତେବେଳେ ରୁଗୁଣ ଅବସ୍ଥା ରେ ଏହି ସଂସ୍ଥା ଆସିଲା ପ୍ରଳୟଙ୍କରୀ ବନ୍ୟା ପରେ ସେବେଠାରୁ ଜଣେ ବ୍ୟକ୍ତି ସଂସ୍ଥାକୁ ମାସିକ ପରିଚାଳନା ଦାୟିତ୍ୱ ଭାବେ ଦିଆଯାଇ ଆସୁଛି। ଯେଉଁ ସମୟରେ ପରିଚାଳନା ବୋର୍ଡ଼ ନଥିବା ସମୟରେ ଗଞ୍ଜାମ ଜିଲ୍ଲା ପାଳ ବିଭାଗୀୟ ଅଧିକାରୀ ମାନେ ପରଚଳନା ଦାୟିତ୍ୱ ଦେଇ ଆସୁଥିବାର ନଜିର ରହିଛି। ଗତ ୨୦୨୧ ମସିହାରେ ତତ୍କାଳୀନ ଜିଲ୍ଲାପାଳ ମାସିକ ୬୬ ହଜାର ଟଙ୍କା ଦର ଧାର୍ଯ୍ୟ କରି ପୂର୍ବ ପରି ପରିଚାଳନା ଦାୟିତ୍ୱ ଦେଇଥିଲେ। ଚଳିତ ବର୍ଷ ପରିଚାଳନା ବୋର୍ଡ଼ର ନିଷ୍ପତ୍ତି ଅନୁଯାଇ ୨୦୩୧ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବିଶେଷ କୁ ଉକ୍ତ ପେଟ୍ରୋଲ ପମ୍ପ ଚଳାଇବାକୁ ପରିଚାଳନା ଦାୟିତ୍ୱ ଦିଆଯାଇଛି। ନୂତନ ସରକାର ଗଠନ ପରେ ଏହି ପୁରାତନ ଏମ.ପି.ସି.ଏସ ପେଟ୍ରୋଲ ପମ୍ପକୁ ନେଇ ଆସିକା ରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ରାଜନେତା
ଙ୍କ ବୋଲ ମାନି ଅତି ତରବରିଆ ଭାବେ ଦାୟିତ୍ୱ ରେ ଥିବା ବାବୁ ମାନେ ଉକ୍ତ ପେଟ୍ରୋଲ ପମ୍ପକୁ ଗତ ୬ ତାରିଖ ଦିନ ସିଲ କରିଥିବା ଚର୍ଚ୍ଚା ଜୋର ଧରିଛି। ସର୍ବ ପୁରାତନ ପେଟ୍ରୋଲ ପମ୍ପକୁ ବେଆଇନ ଭାବେ ସିଲ କରିଥିବା ଯୋଗୁଁ ଆଇନର ଆଶ୍ରୟ ନେବାକୁ ମସୁଧା ଚାଲିଥିବା ଆଲୋଚନା ହେଉଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ସାରା ଦେଶରେ ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ରୂପେ ପରିଚିତ। ଏଠାରୁ ବହୁ ବଡ଼ ବଡ଼ ନେତା ମାନଙ୍କୁ ଜନତା ନିର୍ବାଚିତ କରି ଦିଲ୍ଲୀ ହେଉକି ଭୁବନେଶ୍ୱର ପଠାଇଛନ୍ତି। ଏଠାରୁ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ବହୁ ନେତାଙ୍କୁ ମନ୍ତ୍ରୀ ପଦ ମିଳିଛି। ଏଠାରେ ପୂର୍ବ ନେତା ମାନେ ବିଭିନ୍ନ ସରକାରୀ ମୁଖ୍ୟ କାର୍ଯ୍ୟାଳୟ କୁ ସ୍ଥାପିତ କରିଥିଲେ। ପରବର୍ତ୍ତୀ ସମୟରେ ନେତା ମାନଙ୍କ ଇଚ୍ଛା ଶକ୍ତିର ଅଭାବ ଓ ହମ ବାଡା ନୀତି ଯୋଗୁଁ ବହୁ କାର୍ଯ୍ୟାଳୟ ଅନ୍ୟ ନିର୍ବାଚନ ମଣ୍ଡଳୀ କୁ ଚାଲି ଯାଇଥିବାର ନଜିର ରହିଛି। ବର୍ତ୍ତମାନ ଏହି ପେଟ୍ରୋଲ ପମ୍ପ କୁ ନେଇ ନେତା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲୁଥିବା ଓ ସିଲ ହେବା ଯୋଗୁଁ ମାସିକ ୬୬ ହଜାର ଟଙ୍କା କ୍ଷତି ହେବାକୁ ଯାଉଛି। ନେତାଙ୍କ ବୋଲ ମାନି ସିଲ କରିଥିବା ବାବୁଙ୍କୁ କେତେ ମହଙ୍ଗା ପଡ଼ିବ ସମୟ କହିବ ବୋଲି ଆଲୋଚନା ହେଉଛି।
Sign in
Sign in
Recover your password.
A password will be e-mailed to you.
Next Post