ବ୍ରହ୍ମପୁର ଏମକେସିଜି ପିଜି ଡାକ୍ତରରାଣୀଙ୍କୁ ଲୁଟ୍ ଓ ଆକ୍ରମଣ ଉଦ୍ୟମ ଅଭିଯୋଗ, ସୁରକ୍ଷା ଯୋଗାଇବାକୁ ପି.ଜି. ଡାକ୍ତର ଛାତ୍ର ସଂସଦଙ୍କ ଦାବୀ

ବ୍ରହ୍ମପୁର : ଗତକାଲି ରାତିରେ ବିକର୍ତ୍ତବ୍ୟରତ ଡାକ୍ତରୀ ଛାତ୍ରୀଙ୍କୁ ଆକ୍ରମଣ ସହ ଲୁଟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ମେଡିକାଲ ଫାଟକ ସମ୍ମୁଖରେ ରାତିରେ ଦୁର୍ବୁତ୍ତମାନେ ଏଭଳି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ସୋମବାର ରାତି ସାଢେ ୮ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି । ଟିବି ଓ ଚେଷ୍ଟ ବିଭାଗର ଜଣେ ଡାକ୍ତରାଣୀଙ୍କ ଉପରେ ଏଭଳି କାଣ୍ଡ କରିଛନ୍ତି ଦୁର୍ବୁତ୍ତ। ଦ୍ବିତୀୟ ବର୍ଷ ପିଜି ଛାତ୍ରୀ ଜଣଙ୍କ ଗତକାଲି ରାତି ସାଢେ ୮ଟା ବେଳେ ନିଜ କାର ଧରି ଔଷଧ କିଣିବାକୁ ବାହାରକୁ ଆସିଥିଲେ। କାରଟିକୁ ମେଡିକାଲ କଲେଜ ମୁଖ୍ୟ ଫାଟକ ନିକଟ(କ୍ୟାମ୍ପସ ଭିତରେ)ରେ ରଖି ରାସ୍ତାର ଅପରପାଶ୍ବରେ ଥିବା ଔଷଧ ଦୋକାନକୁ ଚାଲିଚାଲି ଯାଇଥିଲେ। ଔଷଧ କିଣି କାର ନିକଟକୁ ଆସି ଡ୍ରାଇଭର ସିଟରେ ବସି କାର ଷ୍ଟାର୍ଟ କରୁଥିବା ବେଳେ ଜଣେ ଦୁର୍ବୃତ୍ତ ହଠାତ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ କାରର ଅନ୍ୟ ସିଟ ଆଡକୁ ଠେଲି ଦେଇଥିଲେ। ଡାକ୍ତରାଣୀ ଜଣଙ୍କ ଦୁର୍ବୃତ୍ତଙ୍କ ପ୍ରତିବାଦ କରିବା ସହ ଜୋରରେ ଚିତ୍କାର କରିଥିଲେ। ଏହାଦେଖି ରାସ୍ତାରେ ଯାଉଥିବା କେତେକ ବ୍ୟକ୍ତି ଉକ୍ତ କାର ନିକଟରେ ପହଞ୍ଚି ଯିବାରୁ ଦୁର୍ବୃତ୍ତ ଜଣଙ୍କ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ଲୁଟ୍ ଓ ଆକ୍ରମଣ ଉଦ୍ୟମ କରାଯାଇ ଥିବା ନେଇ ଅଭିଯୋଗ କରିଛନ୍ତି ମେଡିକାଲ ପି ଜି ଛାତ୍ର ସଂସଦ । ଏ ନେଇ ବୈଦ୍ୟନାଥପୁର ଥାନାରେ ପି. ଜି ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି. ମୁଖ୍ୟ ଫାଟକ ନିକଟ ସମେତ ଏମକେସିଜି କ୍ୟାମ୍ପସ ଅନ୍ଧାରିଆ ହୋଇଥିବାରୁ ଏଭଳି ଘଟଣା ଘଟିଲା ବୋଲି ଏମକେସିଜି କନିଷ୍ଠ ଡାକ୍ତର ସଂଘ ସଭାପତି ଡା. ଆଲୋକ ଦାଶ ଅଭିଯୋଗ କରିଛନ୍ତି। ଏମକେସିଜି କ୍ୟାମ୍ପସକୁ ତୁରନ୍ତ ଆଲୋକୀକରଣ କରିବାକୁ ମେଡିକାଲ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି। ଅଭିଯୋଗ ହୋଇଛି ଘଟଣାର ତଦନ୍ତ କରୁଛୁ ବୋଲି ମେଡିକାଲ ଅଧକ୍ଷା କହିଛନ୍ତି. ୟୁନିଟାରୀ କ୍ୟାମ୍ପସ ନହେବା ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବା ସମ୍ଭାବନା ରହୁଛି ବୋଲି ଅଧକ୍ଷା କହିଛନ୍ତି।

nis-ad
Leave A Reply

Your email address will not be published.