MKCG ମେଡିକାଲ କାଜୁଆଲଟିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର MKCG ମେଡିକାଲ କାଜୁଆଲଟିରେ ଘଟିଛି ଅଗ୍ନିକାଣ୍ଡ । ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଛି । ଏହାକୁ ଆୟତ୍ତ କରିବାକୁ ମେଡିକାଲ କର୍ମଚାରୀ ଲାଗିପଡିଛନ୍ତି । ସୁରକ୍ଷା ଦୃଷ୍ଟିରୁ  ରୋଗୀଙ୍କୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଏ ସି ସର୍ଟ ସର୍କିଟ ରୁ ଲାଗିଛି ନିଆଁ । ତେବେ ସୁରକ୍ଷା କର୍ମୀମାନେ ନିଆଁକୁ ଆୟତ୍ତ କରିଦେଛନ୍ତି । କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.