ଜିଲ୍ଲା ମୁଖିଆଙ୍କ ଗେଲ୍ହା ପୁଅ ଏବଂ ତୃତୀୟ ମହଲା ର ଆଶୀର୍ବାଦ ରେ ୨୫ ବର୍ଷ ହେଲା ଦୁର୍ନୀତିର ସିଂହାସନ ରେ ଗଞ୍ଜାମ ଜିଲ୍ଲା ପାଳ ଅଫିସର ବଡ଼ ବାବୁ ….!
ମଦ.. ବାଲି.. ଖଣି.. ଜମି ମାଫିଆଙ୍କ ହର୍ତ୍ତା କର୍ତ୍ତା ଦୈବ ବିଧାତା...ବ୍ୟବସାୟିକ ଭାଗିଦାରୀ ମଧ୍ୟ…!
ସେ ହେଉଛନ୍ତି ଜିଲ୍ଲାର ମୁକୁଟ ବିହୀନ ସମ୍ରାଟ, ବିନା ଆଦେଶ ରେ ପତ୍ର ବି ହଲୁନି..
ବ୍ରହ୍ମପୁର: ଦୀର୍ଘ ୨୫ ବର୍ଷ ତଳେ ସାନ ବାବୁ ହୋଇ ଆସିଥିଲେ ଜିଲ୍ଲାର ସଦର ମହକୁମା ଛତ୍ରପୁର କୁ। ବର୍ତ୍ତମାନ ଏହି ବାବୁ ଏବେ ବଡ଼ ବାବୁ ନାମରେ ଖୁବ ପରିଚିତ ହୋଇଛନ୍ତି। ବଡ଼ ବାବୁଙ୍କ ବିନା ମର୍ଜିରେ ଜିଲ୍ଲାର କୌଣସି ବି ଫାଇଲ ପତ୍ର ଗୁଞ୍ଚେ ନାହିଁ। ଜିଲ୍ଲାର ଜମି, ବାଲି, ମଦ. ଖଣି ଓ କାଠ ମାଫିଆ ମାନଙ୍କ ର ଏ ବଡ଼ ବାବୁ ହର୍ତ୍ତାକର୍ତ୍ତା ବୋଲି ଦୀର୍ଘ ବର୍ଷ ହେଲା ଚର୍ଚ୍ଚା ହୋଇ ଆସୁଛି। ତୃତୀୟ ମହଲା ଓ ଜିଲ୍ଲା ମୁଖିଆଙ୍କ ଆଶୀର୍ବାଦ ଯୋଗୁଁ ବଡ଼ ବାବୁ ଦୀର୍ଘ ୨୫ ବର୍ଷ ହେଲା ଛତ୍ରପୁର ରେ ନିଜର ଚୌକିକୁ କୁଆଡ଼େ ଜାବୁଡି ଧରିଥିବା ଆଲୋଚନା ହେଉଛି। ଏ ବଡ଼ ବାବୁଙ୍କୁ ଜିଲ୍ଲାର ଜମି,ମଦ,ବାଲି ଖଣି ଓ କାଠ ମାଫିଆ ମାନେ ସେମାନଙ୍କ ସମସ୍ତ ପ୍ରକାର ଫାଇଲ କାଗଜ ପତ୍ର ଯୋଗାଡ଼ ଯନ୍ତ୍ର କରିବା ରେ ସଫଳ ହୋଇ ଆସୁଥିବା ଚର୍ଚ୍ଚା ହେଉଛି। ବଡ଼ ବାବୁ ଜେ କୌଣସି କାର୍ଯ୍ୟକୁ ଅତି ଚତୁରତା ସହ ସମ୍ପାଦନ କରିବାରେ ସିଦ୍ଧହସ୍ତ ବୋଲି ତାଙ୍କ ଠାରୁ କୁଆଡ଼େ ପରାମର୍ଶ ନିଅନ୍ତି, ସେ ବିଜେଡି ସରକାର ଥିବା ସମୟରେ ସେ ଜିଲ୍ଲା ମୁଖିଆ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ନୂତନ ସରକାର ଆସିବା ପରେ ମଧ୍ୟ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବଡ଼ ବାବୁ ବହୁ ପ୍ରଶାସନିକ ଅଧିକାରୀଙ୍କୁ କୁବେର କରିବା ସହ ସେ ବି ଏବେ ଜିଲ୍ଲାର ବଡ଼ କୁବେର ବୋଲି ଆଲୋଚନା ହେଉଛି। ଏବେବି ତୃତୀୟ ମହଲା ର ଅଧିକାଂଶ ବାବୁ ମାନଙ୍କ ସହ ଏ ବଡ଼ ବାବୁଙ୍କ ଘନିଷ୍ଠ ସମ୍ପର୍କ ରହିଛି। ଏବେକାର ବଡ଼ ବାବୁ ଯେଉଁ ଦିନ ଗଞ୍ଜାମ ଜିଲ୍ଲାର ମହକୁମାରେ ପାଦ ଥାପିଲେ ଆଉ ଯିବାର ମନ ବୋଳାଇ ନାହାନ୍ତି। ବଡ଼ ବାବୁ ଗଞ୍ଜାମ ଜିଲ୍ଲାର ପାଣି ପାଗ ସହ ଖାପ ଖୁଆଇ ଦୀର୍ଘ ବର୍ଷ ହେଲା ମଉଜ ମଜଲିସ ରେ ରହିଛନ୍ତି। ଏ ବଡ଼ ବାବୁଙ୍କ ଦେହରେ ହାତ ମାରିବାକୁ ଵା ତାଙ୍କ ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ନେବାକୁ ଆଜି ପର୍ଯ୍ୟନ୍ତ କିଏବି ସାହସ କରିନାହାନ୍ତି। କେଉଁ ବେଳା ନକ୍ଷେତ୍ର ଦେଖି ବଡ଼ ବାବୁ ଆସିଥିଲେ ଆଉ ଏଠାରୁ ବୋଧେ ଅବସର ଗ୍ରହଣ କରି ଯିବାକୁ ମନ ବଳେଇ ଥିବା ଆଲୋଚନା ହେଲାଣି। ଜିଲ୍ଲା ମୁଖିଆ ବଡ଼ ବାବୁଙ୍କ ବିନା ପରାମର୍ଶ ରେ ଯେ କୌଣସି ଫାଇଲ ରେ ଦସ୍ତଖତ କରନ୍ତି ନାହିଁ ବୋଲି ଅଫିସ ର ଅନ୍ୟ କର୍ମଚାରୀ ମାନେ ଟୁପୁରୁ ଟାପୁରୁ ହୁଅନ୍ତି। କାର୍ଯ୍ୟାଳୟ ନିକଟରେ ଥିବା ଚା ଖଟିରେ ଲୋକେ କୁହନ୍ତି।ଜମି,ବାଲି, ମଦ ଓ କାଠ ମାଫିଆ ମାନଙ୍କ ଏ ବଡ଼ ବାବୁ ହର୍ତ୍ତା କର୍ତ୍ତା ଓ “ଶୁକ୍ର ମୁନୀ” ବୋଲି। ଜିଲ୍ଲାର ମୁଖିଆ କେବଳ ନାମକୁ ମାତ୍ର ପ୍ରକୃତ ଜିଲ୍ଲାର ମୁଖିଆ ଏହି ମହାଶୟ କହିଲେ କିଛିବି ଭୁଲ ହେବ ନାହଁ l ଜିଲ୍ଲାର ମୁଖିଆ ( ଜିଲ୍ଲାପାଳ ) କିଏ ହେବ ବାବୁ କୁଆଡେ ନିଷ୍ପତି ନିୟନ୍ତି, ଏହି ବଡ଼ ବାବୁଙ୍କ ଆଦେଶ ବିନା ଗଛ ରୁ ପତ୍ର ବି ଝଡ଼ିବାକୁ ସାହସ କରେନି l ଜିଲ୍ଲାରେ ହେଉଥିବା ଦୁର୍ନୀତି ର ମୁଖ୍ୟ ଖଳ ନାୟକ ଏବଂ ମାଫିଆ ମାନଙ୍କ ସମ୍ରାଟ ସେ ତାଙ୍କ କାର୍ଯ୍ୟ କାଳ ମଧ୍ୟରେ ଅନେକ ଥର ବଦଳି ଏବଂ ପଦଉର୍ନତି ବି ପାଇଛନ୍ତି କିନ୍ତୁ ବାବୁ ଜିଲ୍ଲା ଛାଡିବା ନା ଧରୁନାହାନ୍ତି, l ଓଡିଶା ମାନ ଚିତ୍ର ରେ ଗଞ୍ଜାମ ଜିଲ୍ଲାର ମହତ୍ୱ ଅନେକ ରହିଛି ଏଠାକୁ ଆସୁଥିବା ବାବୁ ମାନେ ଜଣେ ଜଣେ କୁବେର ବନି ଯିବା ନଜିର ବି ରହିଛି ଏଥିରେ ଏହି ବଡ଼ ବାବୁଙ୍କ ଆଶ୍ରିବାଦ ରହିଥିବା ଚର୍ଚ୍ଚା ବି ହେଉଛି l ଅଫିସର, ନେତା ମନ୍ତ୍ରୀ ମାନେ ବାବୁଙ୍କ ମାଧ୍ୟମରେ ବଟି ନେଇ ମସଗୁଲ l ବାବୁ ବର୍ତ୍ତମାନ ଜିଲ୍ଲାପାଳ ଙ୍କ ରେସ ଅଫିସ ରେ କାର୍ଯ୍ୟରତ ଏବଂ ଜିଲ୍ଲାପାଳ ଙ୍କ ବାସଗୃହ କାର୍ଯ୍ୟାଳୟ ରେ ହେଉଛି ସବୁ ଡିଲ, ଜିଲ୍ଲାପାଳ କାର୍ଯ୍ୟାଳୟ କେବଳ ନାମକୁ ମାତ୍ର କିଛି କିରାଣୀ ସେଠାରେ ବସି ଫାଇଲ ଚାଷ କରୁଥିବା ଦେଖିବାକୁ ମିଳେ କିନ୍ତୁ ଜିଲ୍ଲାପାଳ ବାସ ଗୃହ କାର୍ଯ୍ୟାଳୟ ରେ ଦେଖିବାକୁ ମିଳେ ଭିଡ଼ ଏଠାରେ ହୁଏ ବାବୁଙ୍କ ଗୁପ୍ତ ମନ୍ତ୍ରଣା l ସୂଚନା ଥାଉକି ବାବୁ ହେଉଛନ୍ତି କିଛି ମାଫିଆ ଙ୍କ ଭାଗିଦାରୀ ମୁଖ୍ୟତଃ ଜିଲ୍ଲା ରେ ଥିବା କ୍ରସର, ବାଲି, ମଦ ଓ ଜମି ମାଫିଆଙ୍କ ସହିତ ବ୍ୟବସାୟ ରେ ଭାଗିଦାରୀ ବୋଲି ସୂଚନା ମିଳୁଛି ସେ ହେଉଛନ୍ତି କୁବେର ମାନଙ୍କ କୁବେର l ଜିଲ୍ଲା ରେ ଥିବା ଦୁର୍ନୀତି ନିବାରଣ ବିଭାଗ ର ପବନ ବି ଏଠାକୁ ଆସେନି କାରଣ ଜିଲ୍ଲାପାଳ ଙ୍କ ଏହା ହେଉଛି ବାସଗୃହ କାର୍ଯ୍ୟାଳୟ ଅତି ସୁରକ୍ଷିତ କାର୍ଯ୍ୟାଳୟ ଏଠାରେ ବାବୁଙ୍କୁ ଦିଆଯାଉଛି ସୁରକ୍ଷା l ଦେଖା ଯାଉ ବିଜେପି ସରକାର କେତେଦିନ ସୁରକ୍ଷା ଦେବେ ନା କାର୍ଯ୍ୟାନୁଷ୍ଠାନ ନେବେ ଏହା ଦେଖିବାକୁ ବାକି ରହିଲା, ଏବଂ ରାଜ୍ୟ ଦୁର୍ନୀତି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବି ଦାବି ହେଉଛି… I