ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୨ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଉପଖଣ୍ଡ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର : ଚଳିତ ବର୍ଷ ରାଜ୍ୟ ସ୍ତରୀୟ ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୨ ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବୀର ଚକରା ବିଷୋୟୀଙ୍କ ଉପରେ ବକ୍ତୃତା ପ୍ରତିଯୋଗିତା ଓ ପ୍ରବନ୍ଧ ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତା ରେ ଟି. ମନୀଷା -ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ (+2) ଓଡିଆ ବକ୍ତୃତା ପ୍ରତିଯୋଗିତା ରେ ସ୍ନେହା ରଥ -ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତା ରେ ସ୍ୱାତୀ ସ୍ୱରୂପା ମିଶ୍ର -ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ସମିତାରାଣୀ ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସ୍ମୃତି ମୁଦୁଲୀ ପ୍ରଥମ ସ୍ଥାନ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ପ୍ରବନ୍ଧ ପ୍ରତିଯୋଗତାରେ ଲୀଜା ମହାଙ୍କୁଡ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ ପ୍ରତିଯୋଗିତାରେ ଅଶୋକ କୁମାର ଚୌଧୁରୀ, ପୂର୍ବତନ ବିଧାୟକ, ସୁମିତା ମିଶ୍ର, ଅଧ୍ୟକ୍ଷା, ମହିଳା ସ୍ନାତକ ମହାବିଦ୍ୟାଳୟ, ଛତ୍ରପୁର ସନ୍ତୋଷ କୁମାର ପାଢୀ, ସାମ୍ବାଦିକ ଓ ଅରୁଣ କୁମାର ଶତପଥୀ, ସ୍ବେଛାସେବୀ ବିଚାରକ ରହିଥିଲେ । କୃତୀ ପ୍ରତିଯୋଗୀଙ୍କୁ ତା. ୦୯.୦୧.୨୦୨୫ ରିଖ ଦିନ ଭଞ୍ଜ ନଗର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ପ୍ରେରଣ କରାଯିବ । ଚଳିତ ବର୍ଷ ରାଜ୍ୟ ସ୍ତରୀୟ ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୨ ତମ ଜନ୍ମ ଜୟନ୍ତୀ ତା. ୦୯.୦୧.୨୦୨୫ ରିଖ ଦିନ ଭଞ୍ଜନଗର ଠାରେ ମହା ସମାରୋହରେ ପାଳନ କରାଯିବ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ମହାନ ସଂଗ୍ରାମୀ ବୀର ଚକରା ବିଷୋୟୀ ଜୟନ୍ତୀ ସମାରୋହରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ।

nis-ad
Leave A Reply

Your email address will not be published.