ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ସହରରେ ଟ୍ରାଫିକ କଟକଣା ନେଇ ସୂଚନା ଦିଆଯାଇଛି। ଜାନୁଆରୀ ୮ ତାରିଖରୁ ୧୦ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ପାଇଁ କମିଶନରେଟ ପୁଲିସ ପ୍ରକାଶ କରିଛି।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି। ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଅଞ୍ଚଳ, ପାୱାର ହାଉସ, ୧୨୦ ବ୍ୟାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି, ଜୟଦେବ ବିହାର, ଜାଭିୟର ଛକ ଓ ନାଲକୋ ଛକ ଆଦି ଅଞ୍ଚଳରେ ଟ୍ରାଫିକ କଟକଣା ଲାଗୁ କରାଯିବ।
ଭିଭିଆଇପିଙ୍କ ଯାତ୍ରା ସମୟରେ ସମ୍ପୃକ୍ତ ଅଞ୍ଚଳରେ ଅନ୍ୟ ଗାଡ଼ି ପ୍ରବେଶକୁ ମନା କରାଯାଇଥିବା ନେଇ କମିଶନରେଟ ପୁଲିସ ସୂଚନା ଦେଇଛି।
Sign in
Sign in
Recover your password.
A password will be e-mailed to you.
Next Post