ଝାରସୁଗୁଡା : ବ୍ରଜରାଜନଗର ବିଜେଡିରେ ଗୋଷ୍ଠୀ କନ୍ଦଳ। ପୌରାଧ୍ୟକ୍ଷଙ୍କ ବିରୋଧରେ ନିଜ ଦଳର କାଉନ୍ସିଲ ଆଣିଲେ ଅନାସ୍ଥା। ଆଉ ତାଙ୍କୁ ସମର୍ଥନ ଦେଲେ ବିଜେପି ଓ ବିଏସ୍ପି କାଉନ୍ସିଲର। ଆଜି ସମସ୍ତ କାଉନ୍ସିଲ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।
ବ୍ରଜରାଜନଗର ପୌର ପରିଷଦରେ ୨୩ଟି ୱାର୍ଡ ରହିଛି। ଗତ ନିର୍ବାଚନରେ ବିଜେଡିରୁ ୨୦, ବିଜେପିରୁ ୨ ଓ ବିଏସ୍ପିରୁ ଜଣେ କାଉନ୍ସିଲର ଜିତିଥିଲେ। ଆଉ ପୌରାଧ୍ୟକ୍ଷା ହୋଇଥିଲେ ବିଜେଡିର ଯାଜ୍ଞସେନି ଓରାମ। ଅଭିଯୋଗରୁ ପ୍ରକାଶ, ପୌରାଧ୍ୟକ୍ଷା ହେବା ପରେ ଯାଜ୍ଞସେନି ଓରାମ ମନମୁଖୀ କାମ କରୁଛନ୍ତି। ଉନ୍ନୟନ ମୂଳକ କାମରେ କାଉନ୍ସିଲଙ୍କୁ ସହଯୋଗ କରୁନାହାନ୍ତି। ପାତର ଅନ୍ତର ନୀତି ଅବଲମ୍ୱନ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଉନ୍ନୟନ କାମ ଏକ ପ୍ରକାର ଠପ୍ ହୋଇଯାଇଛି।
ପୌରାଧ୍ୟକ୍ଷା ଯାଜ୍ଞସେନି ଓରାମଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଆଜି ବିଜେଡିର ୨୦, ବିଜେପି ଓ ବିଏସ୍ପିର ଜଣେ ଲେଖାଏଁ କାଉନ୍ସିଲର ଜିଲ୍ଲାପାଳଙ୍କ ପାଖରେ ଫେରାର ହୋଇଛନ୍ତି। ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ କାଉନ୍ସିଲରମାନେ ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି। ସେପଟେ ଭାଇସ୍ଚେୟାରମ୍ୟାନ୍ ଗୋପାଳ ସିତାନୀ କହିଛନ୍ତି, କାଉନସିଲରଙ୍କୁ ସହଯୋଗ କରୁନଥିବାରୁ ପୌରାଧ୍ୟକ୍ଷାଙ୍କ ବିରୋଧରେ ବାଧ୍ୟ ହୋଇ ଅନାସ୍ଥା ପ୍ରସ୍ତାବ ଆଣିଛୁ।
ବିଜେଡି କାଉନ୍ସିଲର ନିକିତା ସେଠ କହିଛନ୍ତି, ପୌରାଧ୍ୟକ୍ଷା ମନମୁଖୀ କାର୍ଯ୍ୟ କରୁଛନ୍ତି। ଆମର କୌଣସି କଥା ଶୁଣୁନାହାନ୍ତି। ଯେଉଁଥିପାଇଁ ଆମ ୱାର୍ଡରେ କୌଣସି ଉନ୍ନୟନ କାମ ହୋଇପାରୁ ନାହିଁ। ଲୋକଙ୍କ ରୋଷରେ ଶିକାର ହେବାକୁ ପଡ଼ୁଛି ବୋଲି ନିକିତା କହିଛନ୍ତି।
ବିଏସ୍ପି କାଉନ୍ସିଲର ମମତା ନାଏକ କହିଛନ୍ତି, ଯେତେ କହିଲେ ମଧ୍ୟ ପୌରାଧ୍ୟକ୍ଷା ଆମର କୌଣସି କଥାଶୁଣୁ ନାହାନ୍ତି। ଯେଉଁଥିପାଇଁ ଆମ ୱାର୍ଡରେ କୌଣସି ଉନ୍ନୟନ କାମ ହୋଇନାରୁ ନାହିଁ। ସେ ନିଜର ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି। ସେଥିପାଇଁ ଆମେ ତାଙ୍କ ବିରୋଧରେ ଅନାସ୍ଥା ଆଣିଛୁ ବୋଲି ମମତା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.