ଚତୁରତାର ସୀମାପାର : ରାତି ଅଧିଆ ମେସିନ ଦ୍ଵାରା ଚାଲିଛି ମନରେଗା କାମ

ମାଲକାନଗିରି, ୫।୧ : ସରକାର ବଦଳିଲେ ମଧ୍ୟ ବଦଳିନି ଠିକାଦାରଙ୍କ କାର୍ଯ୍ୟର ତରିକା । ମନରେଗା ଯୋଜନାରେ ଲୋକଙ୍କ ବଦଳରେ ମେସିନ୍ ସାହଯ୍ୟ ଚାଲିଛି କାର୍ଯ୍ୟ । ଏହି ସରକାରୀ ପାଣ୍ଠିକୁ ଦୁରୂପଯୋଗ କରିବା କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ମୁଖ୍ୟ ସାଧନ ପାଲଟିଛି । ଯାହାକି ମନରେଗା ଆଇନର ମୂଳ ଉଦ୍ଦେଶ୍ୟକୁ ଧ୍ୱଂସ କରିବାରେ ଲାଗିଛି । ଏପରି ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ପଂଚାୟତ ଏମଭି ୬୬ ନମ୍ବର ଗ୍ରାମରୁ ୩୨୬ ନମ୍ୱର ଜାତୀୟ ରାଜପଥର ରାସ୍ତା ର ମାଟି ରାସ୍ତା କାମରେ । ସୂଚନା ମୁତାବକ ୩୨୬ ନମ୍ୱର ଜାତୀୟ ରାଜପଥରୁ ଏମ ଭି ୬୬ ଗ୍ରାମ ରାସ୍ତା ଉନ୍ନତିକରଣ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୪,୯୫୦୦୦ ବ୍ୟୟ ଅଟକଳ ରେ ରାସ୍ତା କାମ ଚାଲିଥିବାବେଳେ ଏହି କାମ ନିମନ୍ତେ ଶ୍ରମିକ ମଜୁରୀ ବାବଦକୁ ୨ ଲକ୍ଷ୍ୟ ୮୭ ହଜାର ୫୨୮ ଟଙ୍କା ପ୍ରଦାନ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ କାମ ନ ସରୁଣୁ କିଭଳି ଭାବେ ଅଟକଳରେ ଥିବା ସମସ୍ତ ଶ୍ରମିକ ମଜୁରୀ ପ୍ରଦାନ କରାଯାଇଅଛି । ମନରେଗାରେ ଯୋଜନାରେ ଶ୍ରମିକଙ୍କ ଦ୍ଵାରା କାମ ହେବା କଥା କିନ୍ତୁ ରାତି ଅଧିଆ ମେସିନରେ କାମ କରି ଦିଆଯାଇଛି । ଅଳ୍ପ ପରିମାଣର ମାଟି ପକାଇ କାମ ସାରି ଦିଆଯାଇ ଥିବା ଅଭିଯୋଗ ହେଉଛି। ଗୋଟିଏ ବର୍ଷା ହେଲେ ମାଟି ଗୁଡିକ ଧୋଇ ହେଇଯିବ ବୋଲି ଲୋକେ କହିଛନ୍ତି । ଗ୍ରାମରେ କୌଣସି କାମ ଧନ୍ଧା ନ ଥିବା ରୁ ସମସ୍ତେ ହାତ ବାନ୍ଧି ବସିଥିବା ବେଳେ ତରବରିଆ ଭାବେ ରାତା ରାତି ଠିକାଦାରଙ୍କ ଦ୍ଵାରା ମେସିନରେ କାମ ସାରି ଦିଆଯାଇଛି । ତେବେ ଏନେଇ ସମ୍ପୃକ୍ତ ପଂଚାୟତର କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗା ଯୋଗ କରିବାରୁ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା ବେଳେ ଏ ସଂପର୍କରେ ସମ୍ପୃକ୍ତ ପଂଚାୟତର ଏସିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ସେ ଅସୁସ୍ଥ ଥିବାରୁ ଛୁଟିରେ ଥାଇ ଚିକିତ୍ସିତ ହେଉଥିବା କହିଥିଲେ।

nis-ad
Leave A Reply

Your email address will not be published.