ଏଣିକି ଅବିବାହିତ ପ୍ରେମୀ ଯୁଗଳଙ୍କ ଓୟୋ ମନା

ଲକ୍ଷ୍ନୌ: ନୂଆବର୍ଷରେ ନୂଆ ନିୟମ ଆଣିଲା ଓୟୋ । ଏଣିକି ଅବିବାହିତ ଯୋଡ଼ିଙ୍କୁ ଓୟୋ ମନା । ଓୟୋରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ମିଳିବ ଅନୁମତି । ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ ଓୟୋ ଏପରି ନିଷ୍ପତ୍ତି ନେଇଛି । ହୋଟେଲ ବୁକିଂ କମ୍ପାନୀ ଓୟୋ ସହଭାଗୀ ହୋଟେଲ ଗୁଡିକ ପାଇଁ ଚେକ୍ ଇନ୍ ନିୟମରେ ସଂଶୋଧନ କରିଛି ଏବଂ ଚଳିତ ବର୍ଷରୁ ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଣୟନ କରିଛି । ନିର୍ଦ୍ଦେଶାବଳୀ ଅନୁସାରେ ଅବିବାହିତ ଦମ୍ପତିମାନେ ଏବେ ଓୟୋରେ ରହିପାରିବେ ନାହିଁ । ତେବେ ଏହି ନିୟମ ବର୍ତ୍ତମାନ ଉତ୍ତରପ୍ରଦେଶର ମିରଟରେ ଲାଗୁ କରାଯାଇଛି । ପରବର୍ତ୍ତୀ ସମୟରେ ଏହି ବ୍ୟବସ୍ଥାକୁ ଅନ୍ୟାନ୍ୟ ସହରରେ ପହଞ୍ଚାଇବାକୁ କର୍ତ୍ତୃପକ୍ଷ ଯୋଜନା କରିଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କୌଣସି ଓୟୋ ହୋଟେଲରେ ଚେନ୍-ଇନ୍ କରିବା ସମୟରେ ଜଣେ ଦମ୍ପତି ସେମାନଙ୍କ ସମ୍ପର୍କର ଉପଯୁକ୍ତ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟ । ଅନଲାଇନ୍ ବୁକ ବେଳେ ମଧ୍ୟ ଏହି ନିୟମ ଲାଗୁ ହେବ ।ଯଦି ଅବିବାହିତ ଯୋଡ଼ି, ଦମ୍ପତ୍ତି ହୋଇଥିବାର ବୈଧ ପ୍ରମାଣ ଦେଉଛନ୍ତି ତା’ହେଲେ ସେମାନଙ୍କୁ ରୁମ୍‌ ମିଳିପାରିବ। ଏହି ନିୟମ ଅନଲାଇନ୍‌ ବୁକିଂ ପାଇଁ ମଧ୍ୟ ଲାଗୁ ହେବ। ଏନେଇ ଓୟୋ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, କମ୍ପାନି ଏହାର ଅନୁବନ୍ଧିତ ହୋଟେଲଙ୍କ ସାମାଜିକ ପରିସ୍ଥିତିକୁ ଧ୍ୟାନରେ ରଖି କପଲ୍ସ ବୁକିଂକୁ କ୍ୟାନ୍ସଲ କରିବା ଅଧିକାର ଦେଇଛି।

ତେବେ ଏହି ନିୟମ ବର୍ତ୍ତମାନ କେବଳ ମେରଟର ଓୟୋ ହୋଟେଲ ଗୁଡ଼ିକରେ ଲାଗୁ କରାଯାଇଛି । ଯଦି ସେଠାରେ କମ୍ପାନୀକୁ ଭଲ ଫିଡବ୍ୟାକ ମିଳେ, ତେବେ ଏହି ନିୟମକୁ ବାକି ସହର ଗୁଡ଼ିକରେ ଲାଗୁ କରିବା ଉପରେ ବିଚାର କରାଯିବ ବୋଲି କହିଛି କମ୍ପାନୀ ।

nis-ad
Leave A Reply

Your email address will not be published.