୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ, ବାଲେଶ୍ଵର- ସମ୍ବଲପୁର- ଗଞ୍ଜାମ- ଜୟପୁରକୁ କରିବ ସଂଯୋଗ

କଟକ: ଓଡ଼ିଶାରେ ନିର୍ମାଣ ହେବ ଗ୍ରାଣ୍ଡ ରିଙ୍ଗରୋଡ। ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ ତିଆରି ପାଇଁ ସରକାରଙ୍କ ଯୋଜନା। ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡକୁ ୨୪ଘଣ୍ଟାରେ ପରିକ୍ରମା କରିହେବ ।

ବାଲେଶ୍ଵର-ସମ୍ବଲପୁର-ଗଂଜାମ-ଜୟପୁରକୁ ସଂଯୋଗ କରି ହେବ ଗ୍ରାଣ୍ଡ ରିଙ୍ଗରୋଡ। ମୋଟୁରୁ ମୟୁରଭଞ୍ଜ ତିରିଂକୁ ଯୋଡ଼ିବା ପାଇଁ ଏକ ରାସ୍ତା ହେବ। ରାଜ୍ୟର ବାଣିଜ୍ୟିକ ଉନ୍ନତିକୁ ଦୃଷ୍ଟିରେ ରଖି ନିର୍ମାଣ ହେବ ରାସ୍ତା କଟକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଆସନ୍ତା ତିନି ବର୍ଷରେ ରାସ୍ତା ସଂଯୋଗିକରଣରେ ଖର୍ଚ୍ଚ ହେବ ୯୧ହଜାର କୋଟି ଟଙ୍କା।

nis-ad
Leave A Reply

Your email address will not be published.