ଓଡଗାଁ : ୫ମ ଆରସିଏ କପ୍ ଫାଇନାଲ ରେ ଆୟୋଜକ ରଙ୍ଗଣି ପାଟଣା କୁ ହରାଇ ଶାଳଝରିଆ ଚାମ୍ପିଅନ ।ଆରସିଏ କପ୍ ଫାଇନାଲରେ ତିନୋଟି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ଫାଇନାଲରେ ଆୟୋଜକ ରଙ୍ଗଣି ପାଟଣା ଟସ୍ ଜିତି ନିର୍ଦ୍ଧାରିତ ୧୦ ଓଭର ରେ ୬ ୱିକେଟ ବିନିମୟରେ ୧୦୧ ରନ କରିଥିବା ବେଳେ ଶାଳଝରିଆ ୭.୪ ଓଭର ଏକ ୱିକେଟ ବିନିମୟରେ ୧୦୫ ରନ କରି ୯ ଉଇକେଟରେ ବିଜୟ ଲାଭ କରିଥିଲା । ସେହିପରି ଦ୍ବିତୀୟ ଫାଇନାଲରେ ଟସ୍ ଜିତି ଆୟୋଜକ ରଙ୍ଗଣୀ ପାଟଣା ନିର୍ଦ୍ଧାରିତ ୬ ଓଭର ରେ ୩ ୱିକେଟ ବିନିମୟରେ ୮୦ରନ କରିଥିବା ବେଳେ ଶାଳ ଝରିଆ ନିର୍ଦ୍ଧାରିତ ୬ ଓଭର ରେ ମାତ୍ର ୪ ୱିକେଟ ବିନିମୟରେ ୬୨ ରନ କରିଥିଲା ।ଏହି ଦ୍ବିତୀୟ ଫାଇନାଲ କୁ୧୮ ରନ ରେ ରଙ୍ଗଣୀପାଟଣା ଜିତିନେଇଥିଲା। ୧-୧ ପରିସ୍ଥିତିରେ ଥିବା ଦୁଇ ଟିମ୍ ମଧ୍ୟରେ ତୃତୀୟ ଫାଇନାଲ ଖେଳାଯାଇଥିଲା । ତୃତୀୟ ଫାଇନାଲ ରେ ଶାଳଝରିଆ ପ୍ରଥମେ ବ୍ୟାଟିଂ କରି
ନିର୍ଦ୍ଧାରିତ ୪ ଓଭର ରେ ୩ ୱିକେଟ ବିନିମୟରେ ୫୮ ରନ କରିଥିବା ବେଳେ ଆୟୋଜକ ରଙ୍ଗଣୀପାଟଣା ୩ ୱିକେଟ ବିନିମୟରେ ମାତ୍ର ୪୮ ରନ କରି ୧୦ ରନ ରେ ପରାସ୍ତ ହୋଇଥିଲା । ଚାମ୍ପିଅନ ଦଳର ଜଗନ୍ ସିରିଜ ର ଶ୍ରେଷ୍ଠ ଖେଳାଳି ହୋଇଥିବା ବେଳେ ଚାମ୍ପିଅନ ଶାଳଝରିଆ ଟିମ୍ କୁ ନଗଦ ୧୫୦୦୦ ଟଙ୍କା ସହ ବିଜୟୀ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ଆୟୋଜକ ରଙ୍ଗଣୀ ପାଟଣା ରନର୍ଶଅପ୍ ଭାବେ ନଗଦ ୧୦୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।ଆଜିର ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ , ମୁଖ୍ୟ ବକ୍ତା ଭାବେ ଦିବାକର ନାୟକ, ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଓଡ଼ଗାଁ ଥାନାର ସବ ଇନ୍ସପେକ୍ଟର ଚକ୍ରଧର ସିଂହ, ଓଡ଼ଗାଁ ରେଞ୍ଜର ନିଖିଲେଶ ମଲ୍ଲିକ , ସ୍ଥାନୀୟ ସରପଞ୍ଚ ସସ୍ମିତା ପାତ୍ର ଯୋଗ ଦେଇଥିଲେ ।ଆଜିର ମ୍ୟାଚ୍ କୁ ସାର୍ଥକ ଷଡ଼ଙ୍ଗୀ, ଭେଙ୍କଟ ପାଣିଗ୍ରାହୀ, ସୁକାନ୍ତ ସାହୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.