ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

ପୁରୀ: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଆପ୍ରନ ପିନ୍ଧିଷ୍ଟେଥୋ ସ୍କୋପ ପକାଇ ୭ ଦିନ ହେଲା ସେ ମେଡ଼ିକାଲରେ ବୁଲୁଥିଲେ। ଏହାସହିତ ସେ ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁନଥିଲେ। ଏହି ନକଲି ଡାକ୍ତର ଜଣକ କମ ବୟସର ହୋଇଥିବାରୁ ନର୍ସିଂ ଷ୍ଟାଫ ସନ୍ଦେହ କରିଥିଲେ। ନର୍ସିଂ ଷ୍ଟାଫଙ୍କ ଅଭିଯୋଗ ପରେ ମେଡ଼ିକାଲ ଫାଣ୍ଡି ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା।

ସେ ପୁରୀ ଏସସିଏସ କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଜଣାପଡିଥିଲା। ଏହାପରେ ମେଡ଼ିକାଲ ଫାଣ୍ଡି ପୁଲିସ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା। ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ କଣ ପାଇଁ ଅଭିଯୁକ୍ତ ଜଣଙ୍କ ନକଲି ଡାକ୍ତର ସାଜି ଆସିଥିଲା ତାହାର ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।

nis-ad
Leave A Reply

Your email address will not be published.