ଏବିଭିପିର ରାଜ୍ୟସ୍ତରୀୟ ଦାୟିତ୍ୱରେ କନ୍ଧମାଳ ଜିଲ୍ଲାର ଛାତ୍ରନେତା

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାର ୪୯ ତମ ରାଜ୍ୟ ଅଧିବେଶନ ରୌପ୍ୟ ନଗରୀ କଟକର ଜବାହାରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମରେ ଗତ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖରେ ଉଦଯାପିତ ହୋଇଯାଇଛି । ଏହି ଅଧିବେଶନଟି ୧୨ ଟି ବିଭାଗର ୩୭ ସାଂଗଠନିକ ଜିଲ୍ଲାରୁ ପ୍ରାୟ ୧୫୦୦ ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହେଇଥିଲା ଏବଂ ରାଜ୍ୟ ର ଶିକ୍ଷା ସ୍ଥିତି , ସାମାଜିକ ସ୍ଥିତ ଓ ସାଇବର ଠକେଇ ଉପରେ କିପରି ରୋକ୍ ଲଗା ଯାଇପାରିବ ସେସବୁ ବିଷୟ ନେଇ ଏହି ଅଧିବେଶନରେ ପ୍ରସ୍ତାବ ପାଲିତ ହୋଇଯାଇଛି ଏବଂ ଆଗାମୀ ଶିକ୍ଷା ବର୍ଷ ନିମନ୍ତେ ନୂତନ ଦାଇତ୍ୱ ଘୋଷଣା ହେଇଯାଇଛି କନ୍ଧମାଳ ଜିଲ୍ଲାର ଛାତ୍ରୀ ନେତ୍ରୀ ସଞ୍ଜନା କହଁର ପୁନର୍ବାର ରାଜ୍ୟ ସହ ସଂପାଦିକା ଭାବେ ଦାଇତ୍ୱ ପାଇ ଥିବା ବେଳେ କନ୍ଧମାଳ ଜିଲ୍ଲାର ପୂର୍ବତନ ଜିଲ୍ଲା ସଂଯୋଜିକା ତଅପୋଇ କହଁର ରାଜ୍ୟ ଜନଜାତି ସଂଯୋଜିକା ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ଏବଂ କନ୍ଧମାଳ ଯୁବ ଛାତ୍ର ନେତା ତଥା ଗଂଜାମ ବିଭାଗ ସହ ସଂଯୋଗ ରୁଦ୍ର ପ୍ରସାଦ ସେଠୀ ରାଜ୍ୟ (ସି .ଡ଼ି .ଡ଼ି ) ସଂଯୋଜକ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି , ସେହିପରି ଟିକାବାଲି ନଗରର ଛାତ୍ରୀ ସୁନେଖା ପ୍ରଧାନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଓ ଖଜୁରୀପଡ଼ା ନଗରର ଛାତ୍ର ନେତା ଗୋପାଳ କୃଷ୍ଣ ଷଡ଼ଙ୍ଗୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାଇତ୍ୱ ପାଇଛନ୍ତି । ସମଗ୍ର ଜିଲ୍ଲା ର ଶିକ୍ଷାବିତ, ଶୁଭେଛୁ ଓ ବିଭିନ୍ନ ମହଳରୁ ନୂତନ ଦାୟିତ୍ୱ ପାଇଥିବା ବିଦ୍ୟାର୍ଥୀ ମାନଙ୍କୁ ଶୁଭେଚ୍ଛା ମିଳିବା ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲାର ସହ ପ୍ରମୁଖ ସୌମ୍ୟ ରଂଜନ ଡାକୁଆ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଛନ୍ତି।

nis-ad
Leave A Reply

Your email address will not be published.